Related Contents

ପଦ୍ମଶ୍ରୀ ପୁରସ୍କୃତ କମଳାଙ୍କୁ ସମ୍ବର୍ଦ୍ଧନା ଦେଲା ସ୍ୱାମୀନାଥନ ଫଉଣ୍ଡେସନ, କମଳାଙ୍କ ଆଖିରୁ ଝରିଲା ଅବହେଳାର ଲୁହ

ଜୟପୁର (ସୌମ୍ୟରଂଜନ ସାହୁ): ପଦ୍ମଶ୍ରୀ ଉପାଧି ପାଇବାପରେ କୋରାପୁଟ ଜିଲ୍ଲାର କମଳା ପୂଜାରୀଙ୍କୁ ବିଶ୍ଵଦରବାରରେ ପରିଚିତ କରିଥିବା ଜୟପୁର ସ୍ଥିତ ସ୍ୱାମୀନାଥନ ରିସର୍ଚ୍ଚ ଫଉଣ୍ଡେସନ ତରଫରୁ ଆଜି କମଳାଙ୍କୁ ବିପୁଳ ସମ୍ବର୍ଦ୍ଧନ ଦିଆଯାଇଛି।

କମଳାଙ୍କ କର୍ମର ଜୟଯାତ୍ରା ଉପରେ ଫାଉଣ୍ଡେସନ ତରଫରୁ ବୈଜ୍ଞାନିକ ପ୍ରଶାନ୍ତ ପରିଡା ସୂଚନା ଦେଇଥିବା ବେଳେ କିନ୍ତୁ କମଳାଙ୍କ ଆଖିରୁ ଝରୁଥିଲା ଲୁହ । କମଳାଙ୍କ ଆଖିରୁ ଝରୁଥିବା ଲୁହ ଖୁସିର ଲୁହ ନୁହେଁ ଏହା ବରଂ ଅଭାବର ଲୁହ ବୋଲି କହିଛନ୍ତି କମଳା । ଅନ୍ୟପଟେ କମଳା କହିଛନ୍ତି ଯେ ନିଜ ଜୀବନ ଯାକ ସଂଗ୍ରାମ କରି ପ୍ରାକୃତିକ ଉପାୟରେ ୧୪୦ପ୍ରକାରର ଲୋପ ପାଇଯାଉଥିବା ଅତି ଦୃଲଭ କିସମର ଦେଶୀ ଧାନ ସଂଗ୍ରହ କରି ଆଜି ସେ ସାରା ବିଶ୍ଵ ଦରବାରରେ ରାଜ୍ୟ ଏବଂ ଦେଶର ନାମକୁ ପରିଚିତ କରିଥିବାବେଳେ ଆଜି ତାଙ୍କୁ ରାଜ୍ୟ କିମ୍ବା କେନ୍ଦ୍ରସରକାରଙ୍କ ତରଫରୁ କୌଣସି ସହଯୋଗ କରାଯାଇ ନାହିଁ । ଏମିତିକି ସେ କବାଟ ଝରକା ନ ଥିବା ଆବାସ ଗୃହରେ ମଶା ମାଛି ପରିବେଶରେ ଜୀବନ ବିତାଉଛନ୍ତି ।ଜୀବନର ଅପରାହ୍ନରେ ବି ବଞ୍ଚିବା ପାଇଁ ଚାଲିଛି ସଂଗ୍ରାମ ।

ଯଦି ମୁ କୁଳି ଭୁତି କରି ଜୀବନ ଯାପନ କରିବି ତାହା ହେଲେ ଏହା ରାଜ୍ୟ ଏବଂ ଦେଶ ପାଇଁ ଅପମାନର କଥା ହେବ । ତେଣୁ ଚଳିବା ପାଇଁ ଭତ୍ତା ଆକାରରେ ସରକାରଙ୍କ ତରଫରୁ କିଛି ଆର୍ଥିକ ସହଯୋଗ କଲେ ବଳକା ଜୀବନ ଶାନ୍ତିରେ କଟନ୍ତା ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି କମଳା । ସେପଟେ ଆଜିର ବୈଠକରେ କମଳାଙ୍କୁ କିଛି ଆର୍ଥିକ ସହଯୋଗ କରିବା ପାଇଁ ଆଲୋଚନା ହୋଇଥିବା ବେଳେ ଅଗାମି ଦିନରେ କିଛି ଆର୍ଥିକ ସହଯୋଗ ପାଇବା ନେଇ ଆଶାବାଦୀ ଅଛନ୍ତି କମଳା |

Comments are closed.