Related Contents

କାର ବାଇକ ମୁଁହା ମୁଁହି ଧକ୍କା, ବାଇକ ଚାଳକ ଗୁରୁତର

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ସଦର ପୋଲିସ ଷ୍ଟେସନ ଅନ୍ତର୍ଗତ ବରୁଆ ଠୁ ଯାଜପୁରକୁ ସଂଯୋଗ କରିଥିବା ୨୦ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ବାଇକ ଓ କାର ମଧ୍ୟରେ ଧକ୍କା ହୋଇଛି । ଧକ୍କାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି ।

ଯାଜପୁର ଟାଉନ ଦିଗରୁ ଆସୁଥିବା ଏକ ବାଇକକୁ ବରୁଆ ଆଡୁ ଯାଉଥିବା ଏକ ଚରିଚକିଆ କାର ଧକ୍କା ଦେବା ଫଳରେ ବାଇକ ଆରୋହି ଗୁରୁତର ହୋଇଛନ୍ତି । ଉପସ୍ଥିତ ଲୋକମାନେ ଗୁରୁତରକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ପ୍ରକାଶ ଥାଉକି ସେହିରାସ୍ତାଟି ସବୁ ବେଳେ ଯାନବାହନ ଓ ଗହଳି ପୂର୍ଣ୍ଣ ହୋଇଥିଲେ ମଧ୍ୟ ଦୁଇଚକିଆରେ ଯିବା ଆସିବା ଲୋକମାନେ ବହୁତ କମ ହେଲମେଟ ବ୍ୟବହାର କରୁଥିବାର ନଜରକୁ ଆସିଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ଯେ, ରାସ୍ତା ପ୍ରଥମ ଭାଗରେ ଓ ଯାଜପୁରର ମଧ୍ୟଭଗରେ ଏକ ପୋଲିସ ଷ୍ଟେସନ ଥାଇ ମଧ୍ୟ ପୋଲିସ ଚେକିଂଗ କଣ ପାଇଁ ହେଉନାହିଁ ତାହା ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Comments are closed.