ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୪/୦୪) : ଆସନ୍ତା ଶନିବାର ଅର୍ଥାତ ଏପ୍ରିଲ ୧୬ ତାରିଖ ଆକାଶରେ ଦେଖାଯିବ ଏପ୍ରିଲର ପୂର୍ଣ୍ଣ ଚନ୍ଦ୍ର ବା ଗୋଲାପି ଚନ୍ଦ୍ର ।
ସାଧାରଣତଃ ପ୍ରାରମ୍ଭିକ ବସନ୍ତରେ ଫୁଟୁଥିବା ଏକ ପ୍ରକାର ଗୋଲାପି ଫୁଲ ର ନାମ ଅନୁସାରେ ଏପ୍ରିଲର ପୂର୍ଣ୍ଣ ଚନ୍ଦ୍ରକୁ ଗୋଲାପି ଚନ୍ଦ୍ର ନାମରେ ନାମିତ କରାଯାଇଛି । ନାସା ଅନୁସାରେ, ଏହି ଗୋଲାପି ଚନ୍ଦ୍ର ଏପ୍ରିଲ ୧୬ ରେ ପୂର୍ବାଞ୍ଚଳ ଦିବାଲୋକ ସମୟ ୨ ଟା ୫୫ ରେ ମାତ୍ର ମୁହୂର୍ତ୍ତକ ପାଇଁ ପୂର୍ଣ୍ଣ ସ୍ୱରୂପରେ ଦେଖାଯିବ ।
କିନ୍ତୁ ମୋଟ୍ ୩ ଦିନ ଅର୍ଥାତ୍ ଆସନ୍ତା ଶୁକ୍ରବାର ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ଏହା ପୂର୍ଣ୍ଣ ସ୍ୱରୂପରେ ଦେଖାଯିବ । ଅନ୍ୟ ଶବ୍ଦରେ କହିଲେ, ଏହା ଏକ ପୂର୍ଣ୍ଣ ଚନ୍ଦ୍ର ସପ୍ତାହାନ୍ତ ହେବ ବୋଲି ୱାଶିଂଟନ୍ ଡି.ସି. ସ୍ଥିତ ନାସା ମୁଖ୍ୟାଳୟର ସାଇନ୍ସ ମିସନ୍ ଡାଇରେକ୍ଟୋରେଟ୍ର ପ୍ରୋଗ୍ରାମ୍ ଏକ୍ଜିକ୍ୟୁଟିଭ୍ ଗୋର୍ଡନ୍ ଜନ୍ଷ୍ଟନ୍ କହିଛନ୍ତି ।
ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଯେତେବେଳେ ୧୮୦ ଡିଗ୍ରୀ ରେଖାରେ ଅବସ୍ଥାନ କରନ୍ତି, ଏହି ସ୍ଥିତିରେ ପୂର୍ଣ୍ଣ ଚନ୍ଦ୍ର ଦୃଶ୍ୟମାନ ହୋଇଥାଏ । ଚନ୍ଦ୍ର ର କକ୍ଷ ପୃଥିବୀ ର କକ୍ଷ ଅପେକ୍ଷା ପ୍ରାୟ ୫ ଡିଗ୍ରୀ ଭିନ୍ନ । ତେଣୁ ଏହା ସାଧାରଣତଃ ପୃଥିବୀ ର ଛାଇ ଅପେକ୍ଷା ଟିକିଏ ଉଚ୍ଚ କିମ୍ବା ନିମ୍ନରେ ଥାଏ । ଫଳରେ ସୂର୍ଯ୍ୟ ରଶ୍ମି ଏହାର ନିକଟସ୍ଥ ପାର୍ଶ୍ଵର ବା ପୃଥିବୀକୁ ମୁହାଁଇଥିବା ପାର୍ଶ୍ଵର ଉପରେ ଆକାଶରେ ଦେଖାଯିବ ।
ବେଳେବେଳେ ପୂର୍ଣ୍ଣଚନ୍ଦ୍ର ବା ପୂର୍ଣ୍ଣିମା ସମୟରେ ପୃଥିବୀର ପୂରା ଛାଇ ବା ଆଂଶିକ ଛାଇ ଚନ୍ଦ୍ର ଉପରେ ପଡ଼େ, ଯାହାକୁ ଚନ୍ଦ୍ର ଗ୍ରହଣ କୁହାଯାଏ । ଆଗାମୀ ଚନ୍ଦ୍ରଗ୍ରହଣ ଆସନ୍ତା ମାସ ୧୫-୧୬ ତାରିଖରେ ହେବାକୁ ଯାଉଛି । ଯେତେବେଳେ ସମୁଦାୟ ଚନ୍ଦ୍ର ଗ୍ରହଣ ଚନ୍ଦ୍ରକୁ ଲାଲ୍ ରଙ୍ଗ କରିଦିଏ, ତାକୁ ‘ବ୍ଲଡ୍ ମୁନ୍’ କୁହାଯାଏ । ସେତେବେଳେ ଧଳା ଚନ୍ଦ୍ର ଲାଲ୍ ରଙ୍ଗ ପାଲଟିଯାଏ, କାରଣ ସୂର୍ଯ୍ୟର କିଛି ଆଲୋକ ପୃଥିବୀ ଚତୁର୍ପାର୍ଶ୍ୱରେ ପଡ଼ିଥାଏ ।
ଏଠାରେ ଆମ ବାୟୁମଣ୍ଡଳ ନୀଳ ଓ ବାଇଗଣି ଭଳି ଛୋଟ ୱେଭ୍ଲେନ୍ଥକୁ ଛାଣିଥାଏ କିନ୍ତୁ ଲାଲ୍ ଓ ନାରଙ୍ଗୀ ୱେଭ୍ଲେନ୍ଥକୁ ଛାଡ଼ିଦିଏ । ଅର୍ଥାତ ଏହି ରଙ୍ଗ ଚନ୍ଦ୍ରରେ ପହଞ୍ଚି ତାକୁ ଗାଢ ଲାଲ୍ ରଙ୍ଗରେ ରୂପାନ୍ତରିତ କରିଦିଏ । ଆସନ୍ତା ମେ’ ମାସ ର ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଉତ୍ତର ଓ ଦକ୍ଷିଣ ଆମେରିକା ର କିଛି ସ୍ଥାନ, ୟୁରୋପ, ଆଫ୍ରିକା ଓ ଏସିଆରେ ଦୃଶ୍ୟମାନ ହେବ ।