Related Contents

କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଯାଜପୁର (ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମ ପଞ୍ଚାୟତ ଅଧିନ କଣ୍ଠପୋଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ କଣ୍ଠପୋଇ ଗ୍ରାମର ଅଲେଖ ଜେନାଙ୍କ ସାନ ଝିଅ ରାଣିଆ ଜେନା (୨୨) ନିଜ ଓଢଣୀରେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ରାଣିଆ ସେ ବାଲିଆପାଳ ସ୍ଥିତ ସନ୍ଥନ ମହାବିଦ୍ୟାଳୟ ରେ +୨ରେ ପଢୁଥିଲେ । ତାଙ୍କ ଦେହରେ ପ୍ରାୟ ଜାଗାରେ ଛଉ ଚିହ୍ନ ହୋଇଥିଲା । ବିବାହ ପ୍ରସ୍ତାବ ବାରମ୍ବାର ଭାଙ୍ଗିଥିଲା । ସେଥିରେ ରାଣିଆ ମାନସିକ ଭାରସାମ୍ୟ ହରାଇ ଛଉ ପାଇଁ ମୋ ବିଭାଘର ଭାଙ୍ଗୁଛି ବୋଲି ସମସ୍ତଙ୍କ ସମ୍ନାରେ ଗତ କାଲି ରାତିରେ କହିଥିଲେ ଓ ତାପରେ ଖାଇକି ଶୋଇବାକୁ ଗଲେ। ସକାଳୁ ରାଣିଆ ଉଠି ନଥିବାରୁ ଘର ଲୋକ କବାଟ ବାଡେଇଲେ ନ ଖୋଲିବାରୁ ବଧ୍ୟ ହୋଇ କବାଟ ଭାଙ୍ଗି ଦେଖିବାରୁ ରାଣିଆ ତାର ଓଢଣୀରେ ଶୋଇବା ଘର ଫ୍ୟାନରେ ଝୁଲୁ ଥିବା ଘର ଲୋକ କହିଲେ । ଏହାପରେ ସେ ଗ୍ରାମ ସରପଞ୍ଚକୁ ସବୁ କଥା ଜଣାଇ ବରୀ ଥାନାରେ ଏତଲା ଦେଲେ । ବରୀ ପୋଲିସ ଏତଲାକୁ ଭିତ୍ତି କରି କେସ ନ ୪/୧୯ରେ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁରକୁ ପଠାଇ ଥିବା ବରୀ ଥାନା ଅଧିକାରୀ ଚକ୍ରପତି କୁଅଁର ସୂଚନା ଦେଇଛନ୍ତି।

Comments are closed.