Related Contents

ମୁରୀବାହଲ ହଳଦୀ ରାସ୍ତାରେ ଦୁର୍ଘଟଣା, ୨ଜଣ ଗୁରୁତର

ମୁରୀବାହଲ (ଭଗବାନ ମହାନ୍ତି): ମୁରୀବାହଲ ରାସ୍ତା ହଳଦୀ ଛକ ଠାରେ ଆଜି ସନ୍ଧ୍ୟା ୬ଟାରେ ଦୁଇ ମଟର ସାଇକେଲ ର ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି |

ଖବର ଅନୁସାରେ ବଲାଙ୍ଗୀର ଜିଲ୍ଲା କରମତଲା ଗ୍ରାମର ପ୍ରସନ୍ନ ବୁଡ଼େକ ଓ ରଂଜିତ ବୁଡ଼େକ ଗାଡି ନ ଓଡି ୦୩ଡି ୯୧୦୦ରେ ହଳଦୀ ପଟୁ ଫେରୁଥିଲେ ଓ ତହସିଲ ଅଫିସର କାର୍ଯ୍ୟରତ ରୁସ୍ତମ ନାଗ ମୁରୀବାହଲ ପଟୁ ନୂଆ ନମ୍ବର ବିହୀନ ମଟର ସାଇକେଲରେ ଆସୁଥିଲେ | ଫଳରେ ଦୁଇ ଗାଡି ଚାଳକ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ଦେଇଥିଲେ | ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଥିବା ରୁସ୍ତମ ନାଗ ଙ୍କୁ ଟିଟିଲାଗଡ଼ ଡାକ୍ତରଖାନା ଏବଂ ଅନ୍ୟ ଦୁଇଜଣଙ୍କୁ ମୁରୀବାହଲ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି |

Comments are closed.