Related Contents

ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା – ନବରଙ୍ଗପୁର

ନବରଙ୍ଗପୁର (ଏ.ସତୀଶ): ପ୍ରକାଶ ପାଇଲା ବିଜୁ ଜନତା ଦଳର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭାର ପ୍ରାର୍ଥୀ ତାଲିକା । ବିଜେଡି ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୬୩ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ଉକ୍ତ ତାଲିକାରେ ଝରିଗା ବିଧାୟକ ତଥା ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଙ୍କୁ ନବରଙ୍ଗପୁର ଲୋକସଭା ଆସନ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନ ର ପ୍ରାର୍ଥୀ ଭାବେ ସଦାଶିବ ପ୍ରଧାନୀ , ଡ଼ାବୁଗାଁ ବିଧାନସଭା ଆସନର ପ୍ରାର୍ଥୀ ଭାବେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ଓ ଉମରକୋଟ ବିଧାନସଭା ଆସନର ପ୍ରାର୍ଥୀ ଭାବେ ସୁବାଷ ଗଣ୍ଡଙ୍କ ନାମ ଘୋଷଣା କରିଛନ୍ତି । ଝରିଗାଁ ବିଧାନସଭା ଆସନର ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇ ନାହିଁ କାରଣ ଏହି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ନବରଙ୍ଗପୁର ଲୋକସଭା ଆସନର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ରମେଶ ଚନ୍ଦ୍ର ମାଝୀଙ୍କ ଭାଇ ପ୍ରକାଶ ମାଝୀଙ୍କୁ ଝରିଗାଁ ନିର୍ବାଚନ ମଣ୍ଡଳୀର ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀ ଥିବାର ଆଲୋଚନା ହେଉଛି ।

ରାଜ୍ୟ ବିଜେଡି ଦଳ ତାହାର ଲୋକସଭା ଓ ବିଧାନସଭା ଆସନ ର ପ୍ରାର୍ଥୀ ଘୋଷଣା କରିଥିବା ସ୍ଥଳେ ବିଜେପି ଓ କଂଗ୍ରେସ ସେମାନଙ୍କ ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରିନାହିଁ ।

Comments are closed.