ଗଜପତି ଜିଲ୍ଲାର ଦୁଇ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ 5 ଟି ସଚିବଙ୍କ ସହ ସାକ୍ଷାତ

0
232
ଗଜପତି ଜିଲ୍ଲାର

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୩/୦୪) : ଗଜପତି ଜିଲ୍ଲାର ପାରଳା ଖେମୂଣ୍ଡି ଓ କାଶୀନଗର ପୌର ପରିଷଦ ର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ ଭୁବନେଶ୍ୱର ଗସ୍ତ ସଫଳ ହୋଇଛି ।

ଭୁବନେଶ୍ଵର ରୁ ଡାକରା ପାଇ ଗଜପତି ଜିଲ୍ଲାର ଦୁଇଟି ସହର ପାରଳାଖେମୂଣ୍ଡି ଓ କାଶୀନଗର ର ଅଧ୍ୟକ୍ଷ ନିର୍ମଳା ସେଠି ଉପାଧ୍ୟକ୍ଷ ଲେଙ୍କା ମଧୁ କାଶୀନଗର ପୌର ଅଧ୍ୟକ୍ଷା ଏମ୍ ସୁଧା ରାଣୀ ଉପାଧ୍ୟକ୍ଷ ରଘୁରାମ ସାହୁ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିଥିଲେ । ଏହା ପରେ ମୂଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ସଚିବ ତଥା 5ଟି ସଚିନ ଙ୍କୁ ସାକ୍ଷାତ କରିଥିଲେ । ସଚିବ ଭି କେ ପାଣ୍ଡିଅନ ଉଭୟ ସହର କୁ ସହରାଞ୍ଚଳ ଉନ୍ନୟନ ପାଇଁ ମିଳିମିଶି ବିକାଶ କରିବାକୁ କହିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା କୁ ଲୋକ ଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ । ଲୋକ ସମ୍ପର୍କ ବୃଦ୍ଧି କରିବାକୁ ମଧ୍ୟ କହିଥିଲେ ।