Advertisements
Tuesday, June 2, 2020
Home headline ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟର ଦୁର୍ଗମ ଅଂଚଳରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟର ଦୁର୍ଗମ ଅଂଚଳରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ଚନ୍ଦ୍ରପୁର (କୈଲାସ ମାଳବିଶୋୟୀ): ମାନବ ସେବା ହିଁ ମାଧବ ସେବା ରାଜ୍ୟର ଅନୁନ୍ନତ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜାତି ପଛୁଆ ବର୍ଗ ବିଶେଷତ ଜଟିଳ, ପୁରାତନ, ଦୁରାରୋଗ୍ୟ, ବ୍ୟାଧି ଗ୍ରସ୍ତ ଗରିବ ରୋଗୀଙ୍କ ସେବାରେ ସମର୍ପିତ କଟକ ସାମନ୍ତ ସାହିର ପ୍ରତିଷ୍ଠିତ ଚିତ୍ତଜ୍ଞାନୀ ଚାରି ଟେବୁଲ ଟ୍ରଷ୍ଟ ତରଫରୁ ଆଜି ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ଉନ୍ନୀତ ସରକାରୀ ଉଚ୍ଚ ଇଂରାଜି ବିଦ୍ୟାଳୟ ପରିସରରେ ଏକ ବିଶାଳ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି |

ଟ୍ରଷ୍ଟର ୩୧ତମ ଏହି ଶିବିରକୁ ରାୟଗଡା ସିଜିଏମ ନ୍ୟାୟ ମୂର୍ତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର କୁମାର ବାରିକ, ରାୟଗଡା ସି.ଡି.ଏମ.ଓ ଡ଼କ୍ଟର ଶ୍ରୀ ଶିବ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ | ଅନ୍ୟ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଦୌରା ଜଜ ନ୍ୟାୟ ମୂର୍ତ୍ତି ଶ୍ରୀ ଯୁକ୍ତ ଶ୍ୟାମ ଶେଖର ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ଦେଵୋର୍ଚ୍ଚନ ବେହେରା, ଟ୍ରଷ୍ଟ ସମ୍ପାଦକ ଡ଼ ରାଜେଶ୍ୱର ହୋତା, ଶକ୍ତି ବିଭାଗ ସ୍ୱତନ୍ତ୍ର ସଚିବ ସୁରଜିତ ଦାସ, ଅତିରିକ୍ତ ବନ ସଂରକ୍ଷକ ଅନିଲ କୁମାର ରାୟ, ସମ୍ମାନନୀୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ରାୟଗଡା ଜିଲ୍ଲାର ଚନ୍ଦ୍ରପୁର, ମୁନିଗୁଡା, ବିଷମ କଟକ ଏବଂ କନ୍ଧମାଳ ଜିଲ୍ଲାର ଦୁର୍ଗାଫାଙ୍ଗ, ବଣ୍ଡାପିପିଲି,କୋଟଗଡ ପ୍ରଭୁତି ସଂଲଗ୍ନ ଅଞ୍ଚଳରୁ ୨୦୦୦ରୁ ଉର୍ଦ୍ଧ ରୋଗୀ ଉପକୃତ ହୋଇଥିବା ସୂଚନା ମିଳିଛି |

କୋରାପୁଟ, ବ୍ରହ୍ମପୁର, ରାୟଗଡା, କଟକ ବଡ ଡାକ୍ତର ଖାନା ମାନଙ୍କରୁ , ଚକ୍ଷୁ ନିଦାନ, ଦାନ୍ତ ଶିଶୁ ହୃଦୟ, କର୍ଣ୍ଣ-ଗଲା , ନାସା ଚର୍ମ, ଛାତି, ଯକ୍ଷ୍ମା, ଶଲ୍ୟ, ଅସ୍ତି ଶଲ୍ୟ, ସ୍ତ୍ରୀ ଓ ପୁରୁଷ ଏବଂ ବୃକକ ବିଭାଗର ଚିକିତ୍ସା ସେବା ପ୍ରଦାନ କରିଥିଲେ ଓ ଔଷଧ ବଣ୍ଟନ କରାଯାଇଥିଲା | ଏଥିରେ ଚନ୍ଦ୍ରପୁର ଥାନା ଆଇ ଆଇ ସି ଶ୍ରୀ ଅରୁଣ କୁମାର ନାୟକ, ସିଆରପିଏଫ, ଶିକ୍ଷକ , ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ସହଯୋଗ କରିଥିଲେ |

Advertisements

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: