ଛାତ୍ରୀ ମାନଙ୍କୁ ୮ ଦିନ ଧରି ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ

0
202
ଛାତ୍ରୀ ମାନଙ୍କୁ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୧୩/୦୪) : ରାୟଗଡ ଉଚ୍ଚ ମାଧ୍ୟମକି ବିଦ୍ୟାଳୟ ପରିସରରେ ଚଳିତ ୨୦୨୧-୨୨ ଶିକ୍ଷାବର୍ଷ ର ଯୁକ୍ତ ଦୁଇ ପ୍ରଥମ ବରଷ ଛାତ୍ରୀ ମାନଙ୍କୁ ୮ ଦିନ ଧରି ଚାଲିଥିବା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ୧୩ ଏପ୍ରିଲ୍ରେ ଉଦ୍‍ଯାପିତ ହୋଇଯାଇଛି ।7111b977 b545 4fcb b023 005b26e2001b ଛାତ୍ରୀ ମାନଙ୍କୁ ୮ ଦିନ ଧରି ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ

ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ଭି.ଆର୍‍. ରତ୍ନଶ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ବିଦ୍ୟାଳୟ ର ଇଂରାଜୀ ବିଭାଗ ର ମୁଖ୍ୟ ଡକ୍‍ଟର ସରସ୍ୱତୀ ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ର ଆବଶ୍ୟକତା ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏଥି ସହ ବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ତଥା ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆତ୍ମରକ୍ଷା ପ୍ରଶିକ୍ଷଣର ଜିଲ୍ଲା ସଂଯୋଜକ ଶ୍ରୀ ଅଶୋକ କୁମାର ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ଓ ନିଜ ବକ୍ତବ୍ୟରେ ପ୍ରତିପକ୍ଷର ଦୃଢ ମନୋବଳର ସହ ମୁକାବିଲା କରିବା ପାଇଁ ପ୍ରେରିତ କରିଥିଲେ ।ea37c030 84dc 4375 9f83 02e279db37b5 ଛାତ୍ରୀ ମାନଙ୍କୁ ୮ ଦିନ ଧରି ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ

କାର୍ଯ୍ୟକ୍ରମ ର ସଂଯୋଜିକା ଶ୍ରୀମତୀ ପୂଜା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମର ଅନ୍ୟତମ ସଂଯୋଜିକା ଶ୍ରୀମତୀ ପ୍ରିୟଦର୍ଶିନୀ ବଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ବିଭିନ୍ନ ଆତ୍ମରକ୍ଷା କୌଶଳକୁ ମଞ୍ଚରେ ଉପସ୍ଥାପନ କରିଥିଲେ । ସମସ୍ତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷକ ଯୋଗ ଦେଇଥିଲେ ଏବଂ ସମସ୍ତ ଛାତ୍ରୀଙ୍କୁ ଶେଷରେ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।