ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୩/୦୪) : ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ରୁ ଦାଦନ ସମସ୍ୟା ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ର ସ୍ଥାୟୀ ପ୍ରତିକାର ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସରକାର କଙ୍କଡା ଜୋର ବୁଡି ପ୍ରକଳ୍ପର ନିର୍ମାଣ କରିଥିଲେ ।
କଙ୍କଡା ଜୋର ବୁଡି ପ୍ରକଳ୍ପ ଯୋଗୁଁ ତତଲାଗଡ଼ ରୂପେ ପରିଚିତ ଟିଟିଲାଗଡ଼ ପାଇଁ ମାଇଲ ଖୁଣ୍ଟ ପାଲଟିଥାନ୍ତା । ହେଲେ ବିଭାଗୀୟ ଅଧିକାରୀ, କର୍ମଚାରୀ ଙ୍କ ଦାୟିତ୍ୱ ହୀନତା ପାଇଁ ନିର୍ମାଣ ଧୀନ ପ୍ରକଳ୍ପ ସମ୍ପୂର୍ଣ୍ଣ ପୋତି ହୋଇ ନଷ୍ଟ ହୋଇଯାଇଛି । ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ନିର୍ମାଣ ଧୀନ କେନାଲ ସବୁ ପୋତି ହୋଇ ଯାଇଛି । ଯଦ୍ୱାରା ଚାଷ ପାଇଁ ଜଳ ସମସ୍ୟା ର ଅଭାଵ ହୋଇ ନ ଥାନ୍ତା । ସେହିପରି ଟିଟିଲାଗଡ଼ ହାଟପଦା ପଡା ରେ ଉକ୍ତ ପ୍ରକଳ୍ପ ର ମୂଖ୍ୟ ଗେଟ ଥିବା ବେଳେ ସ୍ଥାନୀୟ ଲୋକେ ଉକ୍ତ ଅଟକ ରହୁଥିବା ପାଣି ବ୍ୟବହାର କରୁଥିଲେ । ଯାହା ସମ୍ପୂର୍ଣ୍ଣ ପୋତି ହୋଇ ଯାଇଛି ।
ଏହି ପୋତି ହୋଇଯାଇଥିବା ପ୍ରକଳ୍ପର ପୁନରୁଦ୍ଧାର କରିବା ନେଇ ସାଂସଦ ସଙ୍ଗୀ ତା ସିଂଦେଓ ପରିଦର୍ଶନ କରିଛନ୍ତି । ୧୫ ନମ୍ବର ୱାର୍ଡ କାଉନସିଲର ସୁନୀଲ ଆଚାର୍ଯ୍ୟ ଏ ନେଇ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୁନରୁଦ୍ଧାର ବ୍ୟବସ୍ଥା କରିବା କୁ ଅନୁରୋଧ କରିଥିଲେ । ଏହି ପ୍ରକଳ୍ପ ର ପୁନରୁଦ୍ଧାର ଦିଗରେ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଥିବା ନେଇ ସାଧାରଣରେ ଦାବି ହେଉଛି ।