କଙ୍କଡା ଜୋର ବୁଡି ପ୍ରକଳ୍ପର ପୁନରୁଦ୍ଧାର ଦାବି

0
160
କଙ୍କଡା ଜୋର

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୩/୦୪) : ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ରୁ ଦାଦନ ସମସ୍ୟା ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ର ସ୍ଥାୟୀ ପ୍ରତିକାର ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସରକାର କଙ୍କଡା ଜୋର ବୁଡି ପ୍ରକଳ୍ପର ନିର୍ମାଣ କରିଥିଲେ ।b948fd70 a456 4818 917b 455ee7a963e6 କଙ୍କଡା ଜୋର ବୁଡି ପ୍ରକଳ୍ପର ପୁନରୁଦ୍ଧାର ଦାବି

କଙ୍କଡା ଜୋର ବୁଡି ପ୍ରକଳ୍ପ ଯୋଗୁଁ ତତଲାଗଡ଼ ରୂପେ ପରିଚିତ ଟିଟିଲାଗଡ଼ ପାଇଁ ମାଇଲ ଖୁଣ୍ଟ ପାଲଟିଥାନ୍ତା । ହେଲେ ବିଭାଗୀୟ ଅଧିକାରୀ, କର୍ମଚାରୀ ଙ୍କ ଦାୟିତ୍ୱ ହୀନତା ପାଇଁ ନିର୍ମାଣ ଧୀନ ପ୍ରକଳ୍ପ ସମ୍ପୂର୍ଣ୍ଣ ପୋତି ହୋଇ ନଷ୍ଟ ହୋଇଯାଇଛି । ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ନିର୍ମାଣ ଧୀନ କେନାଲ ସବୁ ପୋତି ହୋଇ ଯାଇଛି । ଯଦ୍ୱାରା ଚାଷ ପାଇଁ ଜଳ ସମସ୍ୟା ର ଅଭାଵ ହୋଇ ନ ଥାନ୍ତା । ସେହିପରି ଟିଟିଲାଗଡ଼ ହାଟପଦା ପଡା ରେ ଉକ୍ତ ପ୍ରକଳ୍ପ ର ମୂଖ୍ୟ ଗେଟ ଥିବା ବେଳେ ସ୍ଥାନୀୟ ଲୋକେ ଉକ୍ତ ଅଟକ ରହୁଥିବା ପାଣି ବ୍ୟବହାର କରୁଥିଲେ । ଯାହା ସମ୍ପୂର୍ଣ୍ଣ ପୋତି ହୋଇ ଯାଇଛି ।

ଏହି ପୋତି ହୋଇଯାଇଥିବା ପ୍ରକଳ୍ପର ପୁନରୁଦ୍ଧାର କରିବା ନେଇ ସାଂସଦ ସଙ୍ଗୀ ତା ସିଂଦେଓ ପରିଦର୍ଶନ କରିଛନ୍ତି । ୧୫ ନମ୍ବର ୱାର୍ଡ କାଉନସିଲର ସୁନୀଲ ଆଚାର୍ଯ୍ୟ ଏ ନେଇ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୁନରୁଦ୍ଧାର ବ୍ୟବସ୍ଥା କରିବା କୁ ଅନୁରୋଧ କରିଥିଲେ । ଏହି ପ୍ରକଳ୍ପ ର ପୁନରୁଦ୍ଧାର ଦିଗରେ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଥିବା ନେଇ ସାଧାରଣରେ ଦାବି ହେଉଛି ।