ହିନ୍ଦୁସ୍ତାନ ନିର୍ମାଣ ଦଳର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳ ଜିଲ୍ଲା ହିନ୍ଦୁସ୍ତାନ ନିର୍ମାଣ ଦଳର ପ୍ରଥମ କାର୍ଯ୍ୟ କାରୀଣୀ ବୈଠକ ଗାୟତ୍ରୀ ମନ୍ଦିର ସଭା ଗୃହରେ ଅନୁଷ୍ଠିତ ହୋଇଛି |

ଏଥିରେ ରାଜ୍ୟ ସଭାପତି ବିଶ୍ୱ ରଞ୍ଜନ ଜେଠୀ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ବ୍ରହ୍ମଚାରୀ ମାଧବ ଚୟିତନ ମହାରାଜ, ରାଜ୍ୟ ସାଧାରଣ ସମ୍ପାଦକ ଦିପକ କୁମାର ମହନ୍ତ ଯୋଗଦେଇ ରାଷ୍ଟୀୟ ସମସ୍ୟା ସମ୍ପର୍କରେ କହିଥିଲେ | ଆଗାମୀ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନ ସଭାରେ ଦଳ ତରଫରୁ ପାର୍ଥି ଦେବାକୁ ନିଷ୍ପତ୍ତି ହୋଇଥିବା ରାଜ୍ୟ ସଭାପତି ସୂଚନା ଦେଇଛନ୍ତି | ରାଜ୍ୟ ସମ୍ପାଦକ ବିଶ୍ୱନାଥ ପାତ୍ର ସଭା ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ | ପରେ କନ୍ଧମାଳ ଜିଲ୍ଲା କର୍ମକର୍ତା ଚୟନ କରାଯାଇଛି | ଜିଲ୍ଲା ସଭାପତି ରୂପେ ଆକୁଳି ପଣ୍ଡା, ବାଲିଗୁଡା ବ୍ଲକ ସଭାପତି ଜଗନ୍ନାଥ ବିଶୋଇ, କାର୍ଯ୍ୟ କାରାଣୀ ସଦସ୍ୟ ଭାବେ ସଞ୍ଜୟ କୁମାର ଦାଶ ଚୟନ ହେବା ସହିତ କମିଟି ଗଠନ ହୋଇଛି |

Comments are closed.