Thursday, March 28, 2024

Top 5 This Week

Related Posts

ବାଇକକୁ ଧକ୍କାଦେଲା ଟ୍ରକ : ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୧୨/୪) : ଆଜି ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରୁ ନିକଟସ୍ଥ ଦୁର୍ଗା ମନ୍ଦିର ସମ୍ମୁଖରେ ଏକ ବାଇକକୁ ଟ୍ରକ ଧକା ଦେଇଥିଲା । ଯାହା ଫଳରେ ବାଇକରେ ଆସୁଥିବା ଦୁଇ ଯୁବକ ଘଟଣା ସ୍ତଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲେ ।bd 4 ବାଇକକୁ ଧକ୍କାଦେଲା ଟ୍ରକ : ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

କିଛି ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ଦୁଇଜଣଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବାଟରେ ହିଁ ଟୁନା କୁମାରଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ସହିତ ଥିବା ତୁଳମଣି ସୁନାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଭୁବନେଶ୍ୱର କୁ ସ୍ଥାନାନ୍ତରଣ କରାଯାଇଛି । ବାଇକକୁ ଧକ୍କା ଦେଇଥିବା ଘଟଣା ସ୍ତଲରେ ଚାନ୍ଦିଲି ପୋଲିସ ପଂହଁଚି ସବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ନେଇ ସୂଚନା ଦେଇଛି ।

ସୂଚନା ଅନୁଯାୟୀ ଉଭୟ ଯୁବକଙ୍କ ଘର ପେଣ୍ଟl ଅଞ୍ଚଳରେ ହୋଇଥିବା ବେଳେ ଉଭୟ ଏକ ବାଇକ ଯୋଗେ କୋଲନରା ରୁ ଜେକେପୁରୁ କୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସାଧାରଣରେ ପୋଲିସ ବ୍ୟବସ୍ଥା କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles