Advertisements
Tuesday, June 2, 2020
Home Business & Private ରାଜଗାଙ୍ଗପୁରରେ ୧୧ତମ ବାର୍ଷିକ ଝରଝରା ମୋହତ୍ସବ ପାଳିତ

ରାଜଗାଙ୍ଗପୁରରେ ୧୧ତମ ବାର୍ଷିକ ଝରଝରା ମୋହତ୍ସବ ପାଳିତ

ସୁନ୍ଦରଗଡ଼(ରାଜେଶ କୁମାର ଜେନା): ଗତ ଶୁକ୍ରବାର ୧୫ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ସ୍ଥାନୀୟ ଫୁଟବଲ ଗ୍ରାଉଣ୍ଡ ଠାରେ ରାଜଗାଙ୍ଗପୁର ମୋହତ୍ସବ ଝରଝରାର ଶୁଭାରମ୍ଭ ହୋଇଛି |

୧୧ତମ ରାଜଗାଙ୍ଗପୁର ମୋହତ୍ସବ ଝରଝରାର ଉଦ୍ଘାଟନ ସମାରୋହରେ ମୁଖ୍ୟ ଅତିଥି ରୂପରେ ସୁନ୍ଦରଗଡ଼ ବିଶିଷ୍ଟ ଉନ୍ନୟନର ପୂର୍ବ ଅଧ୍ୟକ୍ଷ ସନ୍ତୋଷ ଅମାତ ଯୋଗ ଦେଇଥିଲେ | ବିଶିଷ୍ଟ ଅତିଥି ରୂପରେ ଅଧ୍ୟକ୍ଷ ଜିଲ୍ଲା ପରିଷଦ ଏମା ଏକ୍କା, ସମ୍ମାନୀୟ ଅତିଥି ରୂପରେ ପୂର୍ବତନ ଏସ.ଡ଼ି.ଓ ସୁଶୀଲ ପାଣିଗ୍ରାହୀ, ରାଜଗାଙ୍ଗପୁର ସହରର ସୁପ୍ରସିଦ୍ଧ ଡ଼. ଅବୁ ଜଫର ଆଜାଦ, ରାଜଗାଙ୍ଗପୁରର ପୋଲିସ ଆଇଆଇସି ଗୋକୁଲାନନ୍ଦ ସାହୁ, ଓସିଏଲ ଇଣ୍ଡିଆ ଲିମିଟେଡ଼ର ଡାଲମିଆ ସିମେଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁନୀଲ ଗୁପ୍ତା, ମହିଳା ସଂଗମର ଅଧ୍ୟକ୍ଷା ସୁନିତା ଗୁପ୍ତା ଏବଂ ପୂର୍ବତନ ଝରଝରା ମୋହତ୍ସବର ଅଧ୍ୟକ୍ଷ ସଂଜୀବ ବେହୁରା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ସହିତ ଅନ୍ୟ ଅତିଥି ମାନେ ଝରଝରାର ଆୟୋଜନକାରୀଙ୍କୁ ଧନ୍ୟବାଦ ଦେବା ସହ କିପରି ଦଶ ବର୍ଷ ତଳେ ଆରମ୍ଭ କରିଥିଲେ ଓ ଏହି ୧୧ତମ ବର୍ଷରେ ପହଁଚିଛି । ଝରଝରାର ମହୋତ୍ସବ ଦ୍ଵାରା ରାଜ୍ୟ ଏବଂ ରାଜ୍ୟ ବାହାର ବିଭିନ୍ନ ସ୍ଥାନରୁ କଳାକାରମାନେ ଆସି ନିଜ ରାଜ୍ୟର ସଂସ୍କୃତି ଓ ସଭ୍ୟତା କଳାକୁ ପ୍ରଦର୍ଶନ କରନ୍ତି । ତା’ସହ ଲୋକ କଳା ଯେଉଁ ଲୁପ୍ତ ହେବାକୁ ଯାଉଥିଲା ତାହା ଝରଝରାର ମହୋତ୍ସବ ଦ୍ଵାରା ଜୀବିତ ରହିଛି । ଝରଝରା ମହୋତ୍ସବ ଅତ୍ୟନ୍ତ ଲୋକପ୍ରିୟ ହୋଇଥିବାରୁ ହଜାରେ ହଜାରେ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏଠାରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକ ଦେଖିବାକୁ ମିଳିଥିଲା ।

ଏଠାରେ ଝରଝରାର ମେଳା ବି ଦେଖିବାକୁ ମିଳିଥିଲା । ଲୋକ ମାନେ ବହୁ ପରିମାଣରେ ଭିଡ଼ ହୋଇଥିଲେ । ଏହି ଝରଝରାର କାର୍ଯ୍ୟକ୍ରମ ନିର୍ମଳା ଇଂରାଜି ସ୍କୁଲର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇ ଶୁଭାରମ୍ଭ କରିଥିଲେ । ତାପରେ ରାଉରକେଲାର ନୃତ୍ୟ ମଧୁରମ କଳାକାରମାନେ ଓଡିଶୀ ନୃତ୍ୟ କରିଥିଲେ । ଏହାପରେ କଲିକତାରୁ ଆସିଥିବା ନୁପୁର ଡ୍ୟାନ୍ସ ଗ୍ରୁପ, ଝୁମର ଲୋହଣୀ ପଡ଼ା ସହିତ ଅନ୍ୟ ସ୍ଥାନିୟ କଳାକାର ମାନେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ଏଠାରେ ପଶ୍ଚିମ ଓଡିଶାର ନୃତ୍ୟ ବହୁପରିମାଣରେ ହୋଇଥିଲା । ଲୋକ ମାନେ ବହୁ ଆନନ୍ଦ ନେଇଥିଲେ । ଆଗାମୀ ଦିନରେ ଆହୁରି ଅଧିକ ଭଲ ହେବ ବୋଲି ଝରଝରାର ମୁଖ୍ୟ ସଭାପତି ଅଶୋକ ଦାସ କହିଛନ୍ତି ।ଏଠାରେ ରାଜଗାଙ୍ଗପୁର ପୋଲିସ ବହୁ ପରିମାଣରେ ସହାୟତା କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: