ବିଜେଡି କାଉନସିଲରଙ୍କୁ କଲାହାଣ୍ଡି ସାଂସଦଙ୍କ ମୁଣ୍ଡକାଟ ଧମକ ଅଭିଯୋଗ

0
202
ବିଜେଡି କାଉନସିଲରଙ୍କୁ

ରିପୋର୍ଟ : ଦେବଦତ୍ତ ପଣ୍ଡା //
କଳାହାଣ୍ଡି, ତା.(୧୨/୦୪) : ଜୁନାଗଡ ଏନଏସି ର ପ୍ରଥମ ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ କଳାହାଣ୍ଡି ସାଂସଦ ଯିଏ ତାଙ୍କର ଗୋଡ କାଟିବାର ପ୍ରୟାସ କରିବ ତାକୁ ମୁଣ୍ଡା କାଟିଦେବାକୁ ପଛାଇବି ନାହିଁ ବୋଲି କଡା ସ୍‌ବରରେ ଧମକାଇଥିବା ଚର୍ଚ୍ଚା ହେଉଛି । ବିଜେଡି କାଉନସିଲରଙ୍କୁ କଲାହାଣ୍ଡି ସାଂସଦଙ୍କ ମୁଣ୍ଡକାଟ ଧମକ ଅଭିଯୋଗ ।

ଏ ସଂପର୍କୀତ ଭିିଡିଓ ଭାଇରାଲ ହେବାପରେ ଜୁନାଗଡ ରାଜନୀତି ସରଗରମ ହୋଇପଡିଛି । ଜଣେ ନିର୍ବାଚିତ ସାଂସଦ ଅନ୍ୟ ଦଳ ର ନିର୍ବାଚିତ ବିଜେଡି କାଉନସିଲରଙ୍କୁ ଏଭଲି ଭାବେ ଖୋଲାଖୋଲି ଧମକାଇବା ଘଟଣା କୁ ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଗତ ୨୦୧୭ ଗ୍ରାମପଂଚାୟତ ନିର୍ବାଚନ ପରେ ପରେ ତତ୍କାଳୀନ ବିଜେପି ରାଜ୍ୟ ସଭାପତି ତଥା ନୂଆପଡା ବିଧାୟକ ଅପ୍ରତ୍ୟାଶିତ ଭାବେ କଲାହାଣ୍ଡି ର କେତେକ ଜାଗାକୁ ଗୋପନିୟ ଗସ୍ତ କରି  ନିଜ କ୍ଷମତା ପ୍ରୟୋଗ କରି ୨୦୧୯ ନିର୍ବାଚନରେ ନିଜ ରାଜନୈତିକ କେରିଅର ବଂଚାଇବା ଉଦ୍ଦେଶ୍ୟରେ ସାଂସଦ ଭାବେ ଲଢିଥିଲେ । ପ୍ରବଳ ମୋଦୀ ହାୱା ସତ୍ୱେ ବିଧାୟକ ମାନଙ୍କୁ ଜିତାଇ ନପାରି କେବଳ ସାଂସଦ ଜଣେ ହିଁ ଜିତିଛନ୍ତି ।bd 3 ବିଜେଡି କାଉନସିଲରଙ୍କୁ କଲାହାଣ୍ଡି ସାଂସଦଙ୍କ ମୁଣ୍ଡକାଟ ଧମକ ଅଭିଯୋଗ

ବର୍ତମାନ ବିଜେପି କର୍ମୀ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ସାଂସଦଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ନିଜ ଗ୍ରାମ ନୂଅପଡାରେ ନିଜପୁଅକୁ ଏନଏସି ନିର୍ବାଚନରେ ଜିତାଇ ପାରିନଥିବା ଏହି ସାଂସଦ ଜୁନାଗଡ ଏନଏସି ରେ ନିଜ ଲୋକପ୍ରୀୟତାରେ ଜିତିଥିବା ଅଧ୍ୟକ୍ଷ ଙ୍କ ଜିତାପଟ  ନିଜ ସପକ୍ଷକୁ ନେବାକୁ ଚେଷ୍ଟା କରୁଥିବା ଜଣାପଡିଛି ।    କାଉନସିଲ ବୈଠକରେ ବିଜେଡି କାଉନସିଲର ମାନେ ସାଂସଦ ବସନ୍ତ ପଣ୍ଡାଙ୍କୁ  ଜୁନାଗଡ ର କଣ ବିକାଶ କରିଛନ୍ତି, ରେଳ ଲାଇନ ସଂଯୋଗ ଇତ୍ୟାଦି ସଂପର୍କରେ ପ୍ରଶ୍ନ ପଚାରିବାରେ କ୍ରୋଧାନ୍ୱିତ ହୋଇ କାଉନସିଲର ମାନଙ୍କୁ  ସିଧାସଳଖ ଭାବେ ଧମକ ପୂର୍ଣ୍ଣ ସ୍ୱରରେ କହିଥିଲେ ,- ମୁଁ ନିଜ ଗୋଡରେ ଛିଡା ହୋଇଛି, ମୋର ଗୋଡକ ଯିଏ କାଟିବାକୁ ଚେଷ୍ଟା କରିବ ମୁଁ ତାର ମୁଣ୍ଡ କାଟିବାକୁ ମଧୂ ପଛଘୁଂଚା ଦେବି ନାହିଁ  ା

ଦେଶର ପ୍ରଧାନମନ୍ତ୍ରୀ ନିଜକୁ ଦେଶର ପ୍ରଧାନ ସେବକ ବୋଲି ପରିଚୟ ଦେଉଥିବା ସହିତ ବିଜେପିର ନେତା ମାନଙ୍କୁ ସାଧାରଣ ଲୋକଙ୍କ ସେବା କରିବାକୁ ଆହ୍ୱାନ ଦେଉଥିବା ବେଳେ ନିଜ ଗୋଡରେ ଠିଆହୋଇଥିବା କଳାହାଣ୍ଡି ସାଂସଦଙ୍କୁ ପ୍ରଶ୍ନ କଲେ ମୁଣ୍ଡକାଟ ଧମକ ଦେବା ସାଧାରଣରେ ତୀବ୍ର  ଅସନ୍ତୋଷ ସୃଷ୍ଟି କରିଛି ।  ନିଜ ରାଜନୈତିକ ସ୍ଥିତି ସୁରକ୍ଷା କରୁଥିବା ରାଜନେତା କ୍ରମଶଃ ଜନସାଧାରଣରେ ଅଗ୍ରାହ୍ୟ ହେଉଥିବା ବେଳେ ଅନ୍ୟ ପ୍ରତିନିଧି ମାନଙ୍କୁ ଏଭଲି ଧମକ ଦେବା ଘଟଣା କେବଳ ବାଚାଳ ର ପ୍ରଳାପ ହୋଇପାରେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।