Related Contents

କଲ୍ୟାଣସିଂହପୁର ବ୍ଳକରେ ପାଇକ, ଖଣ୍ଡାୟତ, କ୍ଷେତ୍ରିୟ ମହିଳାଙ୍କ ମହା ସଙ୍ଘଠନ

କଲ୍ୟାଣସିଂହପୁର (ଅକ୍ଷୟ କୁମାର ପିଡିସିକା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଆଜି ପାଇକ,ଖଣ୍ଡାୟତ ଓ କ୍ଷେତ୍ରିୟ ମହିଳା ସଙ୍ଘଠନର ଶାଖା ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ କଲ୍ୟାଣସିଂହପୁର ବ୍ଳକର ୧୯ଗୋଟି ଗ୍ରାମରୁ ୨ଜଣ ଲେଖାଏଁ ମହିଳା ମାନେ ଯୋଗଦେଇଥିବା ବେଳେ ବ୍ଳକର ଜାତି ସଙ୍ଘର ସଭାପତି ଶ୍ରୀ ତ୍ରିନାଥ ରାଉତ ନେତୃତ୍ୱରେ ମହିଳା ମହାସଙ୍ଘ ଗଠନ କରାଯାଇଥିଲା । ଏହି ମହାସଂଘ ଗଠନ କରିବାପାଇଁ ଯୁବକ ସଙ୍ଘର କର୍ମକର୍ତ୍ତା ଓ ସଭ୍ୟମାନେ ବ୍ଳକର ପ୍ରତ୍ୟେକ ଗ୍ରାମକୁ ମହିଳା ଶାଖା ସଙ୍ଘଠନ ଉପରେ ଆଲୋଚନା କରିବା ସହ ପ୍ରତ୍ୟେକ ଗ୍ରାମରୁ ଦୁଇ ଜଣ ମହିଳାଙ୍କୁ ଠିକ କରି ମହିଳା ମହାସଙ୍ଘ ଉପରେ ବୁଝାଇଥିଲେ । ଏବଂ ତାରିଖ ଧାର୍ଯ୍ୟ କରି କହିଥିବା ବେଳେ ଆଜି ସିଙ୍ଗାରି ଗ୍ରାମ ପଞ୍ଚାୟତର ପାଳକମନ ଗ୍ରାମ ଠାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ନାୟକ, ଜିଲ୍ଲା ସଂପାଦକ ଶ୍ରୀ ଲକ୍ଷ୍ମୀନାରାୟଣ ସ୍ବାଇଁ, ଜିଲ୍ଲା ମହିଳା ଶାଖାର ସଭ୍ୟା ଶ୍ରୀମତୀ ସତ୍ୟଉମା ସ୍ବାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ଳକ ଯୁବ ପାଇକ ସଂଘର ସଭାପତି ଶ୍ରୀ ବିଶ୍ଵନାଥ ରାଉତ ଉପସଭାପତି ମୁନା ପ୍ରାଧାନୀ ସମ୍ପାଦକ ମିଣ୍ଟୁ ଦଣ୍ଡସେନା ସାଧାରଣ ସମ୍ପାଦକ ସନ୍ତସ ଲମତା ଇଶ୍ଵର ମୁଣ୍ଡାଚେନା ମୋହେନ୍ଦ୍ର ନାୟକ ଜଗନ୍ନାଥ ମାଝୀ ଉପସ୍ଥିତ ଥିବାବେଳେ ମହିଳା ମାନଙ୍କୁ ଶିକ୍ଷା ସ୍ବାସ୍ଥ୍ୟ ଜୀବନ ଜୀବିକା ସାମାଜିକ ଆବିର୍ଭାବ ପାରିବାରିକ କଳହ ନାରୀ ନିର୍ଯ୍ୟାତନା ଯୋଉତୁକ କଳହ ଓ ବିଭିନ୍ନ ସମସ୍ୟା ଉପରେ ଜାଗ୍ରତ ହେବା ପାଇଁ ଆଲୋଚନା କରିଥିଲେ ।

Comments are closed.