Related Contents

ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜ ପାଣ୍ଡେଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧୀ ଦଳ କୁନ୍ଦୁଲିରେ

ଭୁବନେଶ୍ୱର : ଆଜି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜ ପାଣ୍ଡେଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧୀ ଦଳ କୁନ୍ଦୁଲିରେ ପହଂଚି ପୀଡିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେ ସମ୍ବନ୍ଧରେ ପୀଡିତାଙ୍କମା’ ଏବଂ ସ୍ଥାନୀୟ ଲୋକଙ୍କଠାରୁ ଏହି ପ୍ରତିନିଧୀଦଳ ପଚାରି ବୁଝିଛନ୍ତି। ଏହି ପ୍ରତିନିଧି ଦଳରେ ଅନ୍ୟ ଦୁଇ ସଦସ୍ୟା ରାଷ୍ଟ୍ରୀୟ ସଂପାଦିକା ତଥା ସାଂସଦ ଜ୍ୟୋତି ଧ୍ରୁବେ ଏବଂ ଲୋକସଭା ସାଂସଦ ଶ୍ରୀମତି ଅଂଜୁ ବାଲା ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦୦ ଦିନ ପର୍ଯ୍ୟନ୍ତ ପୀଡିତାଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଥିଲା। କ୍ରାଇମବ୍ରାଂଚ ସହ ପୋଲିସ ପ୍ରଶାସନ ସମସ୍ତ ତଥ୍ୟ ଲୁଚାଇ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ। ଶେଷରେ ପୀଡିତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜ ପାଣ୍ଡେ କହିଛନ୍ତି। ଏଥି ସହ କେନ୍ଦ୍ରୀୟ ପ୍ରତିନିଧୀଦଳ ଦିଲ୍ଲୀ ଫେରି ଆସନ୍ତାକାଲି ତାଙ୍କର କୁନ୍ଦୁଲି ଗସ୍ତ ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କୁ ପ୍ରଦାନ କରିବେ। ଏହି କେନ୍ଦ୍ରୀୟ ପ୍ରତିନିଧୀ ଦଳ ସହ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ବିଜେପି ସଂପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ଡ.ଏଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.