ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

0
236
ଆତ୍ମରକ୍ଷା

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୨/୦୪) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅଧ୍ୟାପକ ସଦାଶିବ ଜେନାଙ୍କ ସଭାପତିତ୍ୱରେ ଆଜି ଉଦଯାପିତ ହୋଇଯାଇଛି |93757fb8 5c0c 4590 98c3 41c9675913b6 ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରାର୍ଥୀଙ୍କୁ ନିଜ ଜୀବନର ସୁରକ୍ଷା ପାଇଁ ପାଇଥିବା ତାଲିମକୁ ଠିକ ସମୟରେ ପ୍ରୟୋଗ କରିବା ଲାଗି ଆହ୍ୱାନ ଦେଇଥିଲେ | ce251137 106a 44fb a396 f1eb6d77fa18 ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଅଧ୍ୟାପିକା ଧରିତ୍ରୀରାଣୀ କାନୁନଗୋ, ଅଧ୍ୟାପକ ପ୍ରଶାନ୍ତ କୁମାର ସେଠି ସମ୍ମlନିତ ଅତିଥି ଭାବରେ ଯୋଗ ଦେଇଥିଲେ. ଶିବିରକୁ ଅଧ୍ୟାପକ ପ୍ରଦୋଷ ପ୍ରଧାନ ଏବଂଅଧ୍ୟାପିକା ସଞ୍ଜନା କୁମାରୀ ଆପଟ୍ଟ ପରିଚାଳନା କରିବା ସହିତ ଶିଳ୍ପାରାଣୀ ବେହେରା ୧୪୯ ଜଣ ଶିବି୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ | ଉଦଯାପନୀ ର ଶେଷ ସୋପାନରେ ସମସ୍ତ ଶିବିରାର୍ଥୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ବୋଲି ଅଧକ୍ଷ ମନୋଜ ପାଠୀ ସୂଚନା ଦେଇଛନ୍ତି |