Related Contents

ତାମିଲନାଡୁରୁ ଉଦ୍ଧାର ହୋଇ ଓଡିଶା ପହଞ୍ଚିଲେ ୨୬ଶ୍ରମିକ

ଜୟପୁର (ସୌମ୍ୟରଂଜନ ସାହୁ): ତାମିଲନାଡୁରେ ବନ୍ଧା ପଡିଥିବା ଓଡିଆ ଦାଦନ ଶ୍ରମିକ ଖବର ପ୍ରଘଟନ ହେବା ପରେ ଜିଲାଶ୍ରମ ବିଭାଗ ଏବଂ ପୋଲିସ ଏସ୍ଡ଼ିପିଓ ସାଗରିକା ନାଥଙ୍କ ତରଫରୁ ଘଟଣାକୁ ଗୁରୁତର ଭାବେ ନେଇ ଏକ ଟିମ ଚେନ୍ନାଇ ଯାଇ ସେଠାରୁ କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଞ୍ଚଳରୁ ଯାଇଥିବା ୨୬ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଜିଲା ପ୍ରଶାସନ ।

ଦୈନିକ ୭୦୦ଟଙ୍କା ମଜୁରୀ ଦେବା ପାଇଁ ଲାଳସା ଦେଖାଇ ଜଣେ ଦଲାଲ କୁନ୍ଦୁରା ଅଞ୍ଚଳର ୨୬ ଜଣ ଶ୍ରମିକଙ୍କୁ ତାମିଲନାଡୁ ଅଞ୍ଚଳରେ ବିକ୍ରି କରିଥିବା ଅଭିଯୋଗ ହେବାପରେ ସେଠାରେ ସମ୍ପୃକ୍ତ ମାଲିକ ଶ୍ରମିକ ମାନଙ୍କୁ ନିଜ ପରିବାର ସଦସ୍ୟ ମାନଙ୍କସହ କଥାବାର୍ତା କରାଇଦେଉନଥିବା ବେଳେ ଶ୍ରମିକ ମାନଙ୍କୁ ନିର୍ଯାତନା ମଧ୍ୟ ଦେଉଥିବା ବେଳେ ଟଙ୍କା ଦେଇଥିବାରୁ ଶ୍ରମିକ ମାନଙ୍କୁ ଛାଡ଼ିବେ ନାହିଁ ବୋଲି ଶ୍ରମିକମାନଙ୍କୁ ବନ୍ଧା ରଖିଥିଲେ । ସେପଟେ ସମ୍ପୃକ୍ତ ଦଲାଲକୁ ଶ୍ରମବିଭାଗ ତରଫରୁ ଅଟକ ରଖିଥିବା ବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ସହ ଉଦ୍ଧାର ୨୬ଜଣ ଶ୍ରମିକଙ୍କ ମଧ୍ୟରୁ ୧୪ଜଣ ସାବାଳକ ଥିବାବେଳେ ୧୨ଜଣ ନାବାଳକ ରହିଛନ୍ତି ।

୧୪ଜଣ ସାବାଳକଙ୍କୁ ନିର୍ମାଣ ଶ୍ରମିକ ତାଲିକା ଭୁକ୍ତ କରାଯାଇଥିବା ବେଳେ ସମସ୍ତ ଶ୍ରମିକଙ୍କୁ ତାଙ୍କ ଗାଁକୁ ପଠାଯିବ ବୋଲି କହିଛନ୍ତି ଜିଲା ଶ୍ରମିକ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ । ଅନ୍ୟ ପଟେ ନିଜ ଗାଁକୁ ଫେରିବା ନେଇ ଖୁସି ହୋଇଛନ୍ତି ଶ୍ରମିକ ।

Comments are closed.