Friday, March 29, 2024

Top 5 This Week

Related Posts

ଶ୍ରୀ ହନୁମାନ ଜୀଉଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ରିପୋର୍ଟ : ସନ୍ତୋଷ ନାୟକ //
ଟିଟିଲାଗଡ଼, ତା(୧୨/୦୪) : ଟିଟିଲାଗଡ଼ ସହର ସ୍ଥିତ ହାଟପଦା ପଡ଼ା ଦୁର୍ଗାମଣ୍ଡପ ନିକଟରେ ଶ୍ରୀ ହନୁମାନ ଜୀଉଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଏକ ଭକ୍ତି ଭାବାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଯଜ୍ଞକର୍ମ, ପ୍ରତିଷ୍ଠା ତଥା ସାଂସ୍କୃତିକ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।592171f6 2394 48d6 aa23 147638416663 ଶ୍ରୀ ହନୁମାନ ଜୀଉଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ସୂଚନାନୁଯାୟୀ, ଗତ ୧୦ ତାରିଖ ସକାଳ ରବିବାର ସକାଳ ୭ ଟା ରେ ଅଧିବାସ, ୯ ଟା ସମୟରେ ଶ୍ରୀରାମ ନବମୀ ପୂଜାରମ୍ଭ, ୯ ତା ୩୦ ସମୟରେ ନାମଯଜ୍ଞ ଆରମ୍ଭ ଓ ଦିନ ୧ ତା ୩୦ ସମୟରେ ପ୍ରସାଦ ସେବନ, ୧୧ ତାରିଖ ସୋମବାର ନାମ ଯଜ୍ଞ ପୂର୍ଣ୍ଣାହୁତି କର୍ମ ଅନୁଷ୍ଠିତ ହୋଇଛି । ଆସନ୍ତା ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ନେଇ ଗୁରୁବାର ଦିନ ସକାଳ ୯ ଟା ସମୟରେ ଶ୍ରୀ ହନୁମାନ ଜୟନ୍ତୀ ପୂଜାରମ୍ଭ, ସହ ସନ୍ଧ୍ୟା ୬ଟା ୩୦ ସମୟରେ ସୁନ୍ଦରା କାଣ୍ଡ ଆୟୋଜନ ନେଇ କମିଟି ସୂଚନା ପ୍ରଦାନ କରିଛି । ଏହି ପାଳିତ ଅଧିବାସ କର୍ମ ପରେ ପଞ୍ଚଗଭ୍ୟ ଚାନ୍ଦ୍ରାୟଣ, କୁଣ୍ଡ ମଣ୍ଡପାଦି, ସଂସ୍କାର ପରେ ସୂର୍ଯ୍ୟାଗ୍ନି ଆହରଣ, ଅଖଣ୍ଡ ଦୀପ ପ୍ରଜ୍ଵଳନ ପରେ କଳସ ଯାତ୍ରା ସ୍ଥାପନ, ପରେ ସୂର୍ଯ୍ୟ ପୁଜା, ଦ୍ୱାରପାଳ ପୂଜା, ମହାବାକ୍ୟ ସଂକଳ୍ପ,ସ୍ତମ୍ବ ତୋରଣ ଘଟ, ବାସ୍ତୁପୂଜା, ଯଜ୍ଞାଧିବାସ, ସମ୍ପନ୍ନ ହୋଇଥିଲା ।91316d6f f250 4823 bf19 54e34f69dccf ଶ୍ରୀ ହନୁମାନ ଜୀଉଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

କର୍ତ୍ତା ରୂପେ ସୁବୋଧ ଦାସ ତଥା ସହଧର୍ମିଣୀ ଶ୍ରୀମତୀ ଅଞ୍ଜୁଲତା ଦାସ ଦାଇତ୍ଵ ତୁଲାଇଥିଲେ । ବିଗ୍ରହ ପ୍ରତିଷ୍ଠା ପୂର୍ବରୁ ବିଗ୍ରହ ଙ୍କୁ ମହାସ୍ନାନ, ପାର୍ଶ୍ଵ ପରିଭ୍ରମଣ, ମନ୍ଦିର ପ୍ରବେଶ କରଣ, ବିଗ୍ରହ ନ୍ୟାସ, ପ୍ରାଣ ପ୍ରତିଷ୍ଠା, ଗୁପ୍ତପୂଜା, ପରି ସମସ୍ତ କର୍ମ କର୍ମାଣି ସମାପନ ହୋଇଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅସଂଖ୍ୟ ଭକ୍ତ ତଥା ଆଖ ପାଖ ଅଞ୍ଚଳ ରୁ ଭକ୍ତ ଙ୍କ ସମାଗମ ଘଟିଥିଲା ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles