ବାଜେନମୁଣ୍ଡାରେ ଗ୍ରାମୀଣ ଖାଦ୍ୟ ଭଣ୍ଡାର ଉଦଘାଟିତ

ପଦ୍ମପୁର (ଜଗବନ୍ଧୁ ସାହୁ) : ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଜେନମୁଣ୍ଡା ଗ୍ରାମରେ ସଙ୍କଳ୍ପ ଅନୁଷ୍ଠାନ ଆନୁକୂଲ୍ୟରେ ଗ୍ରାମୀଣ ଖାଦ୍ୟ ଭଣ୍ଡାର ଉଦଘାଟିତ ହୋଇଯାଇଛି ।

ଖଲିଆପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଯୁକ୍ତ ଗିରିଧାରୀ ସେଠ୍ ମୁଖ୍ୟ ଅତିଥି ଭାବେ, ବରଗଡ଼ ଡି.ସି. ଗୌରୀନାରାୟଣ ତ୍ରିପାଠୀ ମୁଖ୍ୟ ବକ୍ତା ଭାବରେ ତଥା ପଶ୍ଚିମ ଓଡିଶା ଜୋନାଲ ହେଡ୍ ସଙ୍କଳ୍ପ ଟ୍ରଷ୍ଟର ଆକାଶ ପାଣିଗ୍ରାହୀ, ଜୋନାଲ ମ୍ୟାନେଜର ଗଣେଶ ସାବତ, ସାମାଜିକ କର୍ମୀ ସଙ୍ଗ୍ରାମ ତ୍ରିପାଠୀ, ଟିକେଶ୍ବର ଭୁଏଙ୍କ ସମେତ ଗ୍ରାମ ପଞ୍ଚାୟତର ସମସ୍ତ ୱ।ର୍ଡ଼ମେମ୍ବର ମାନେ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ମୁଖ୍ୟଅତିଥିଙ୍କ କରକମଳରେ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରିଯାଇଛନ୍ତି । ସଙ୍କଳ୍ପ ଟ୍ରଷ୍ଟ ଗ୍ରାମୀଣ ଖାଦ୍ୟ ଯୋଗାଣ ଯୋଜନା ପକ୍ଷରୁ ଖଲିଆପାଲି ଗ୍ରାମ ପଞ୍ଚାୟତ ବିତରକ ଭାବେ ଶ୍ରୀକାନ୍ତ ମେହେରଙ୍କୁ ଦାୟିତ୍ୱ ଦିଆଯାଇଛି ।

ପଦ୍ମପୁର ବ୍ଲକ ବି.ସି. ବ୍ରିଜେଶ କୁମାର ପଟେଲ, ଝାରବନ୍ଧ ବ୍ଲକ ବି.ସି. ବିରଞ୍ଚି ବାବୁ, ସଙ୍କଳ୍ପ ଟ୍ରଷ୍ଟ କର୍ମଚାରୀ ପିଣ୍ଟୁ ବାରିକ ପ୍ରମୁଖ ଓ ଅତିଥି ମାନେ ଗ୍ରାମୀଣ ଖାଦ୍ୟ ଭଣ୍ଡାର ନିତ୍ୟାବଶ୍ୟକ ଖାଦ୍ୟଶସ୍ୟକୁ ସୁଲଭ ଓ କମ୍ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇବା ଏବଂ ସମସ୍ତେ ଏହାର ଲାଭ ନେବା ପାଇଁ ନିଜନିଜର ମତାମତ ରଖିଥିଲେ। । ଶେଷରେ ଶ୍ରୀ ଆକାଶ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.