Related Contents

୫କିମି ଭାରରେ ବୁହା ହେଲେ ଗର୍ଭବତୀ, ରାସ୍ତାରେ ପ୍ରସବ କଲେ ପ୍ରସୂତି

ବ୍ରହ୍ମପୁର (ଓଡିଶା ନ୍ୟୁଜ୨୪): ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ । ମେଡ଼ିକାଲ୍‌ ଯାଉଥିବା ବେଳେ ଅଧରାସ୍ତାରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ପ୍ରସୂତୀ ।

ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୋଲି ପଞ୍ଚାୟତର ଫୁଲ ସାହିର ତାରା ନାୟକ ଆଜି ଗର୍ଭ ଯନ୍ତ୍ରଣା ପାଇଥିଲେ । ଗାଁକୁ ରାସ୍ତା ନଥିବାରୁ ପରିବାର ଲୋକେ ଭାରରେ ତାରାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋହି ନେଉଥିଲେ । ତେବେ ସାହିଠାରୁ ୫ କିମି ଦୂର ଗଲା ପରେ ରାସ୍ତାରେ ମହିଳା ଜଣକ ପୁତ୍ର ସନ୍ତାନ ପ୍ରସବ କରିଥିଲେ । ପ୍ରସବ ପରେ ମହିଳା ଓ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବାରୁ ପରିବାର ଲୋକେ ଡାକ୍ତରଖାନା ନନେଇ ଘରକୁ ଫେରି ଯାଇଥିଲେ ।

Comments are closed.