Friday, March 29, 2024

Top 5 This Week

Related Posts

କାଶ୍ମୀର ପ୍ରସଙ୍ଗ କୁ ଛାଡ଼ି ପାକିସ୍ତାନରେ ନେତା ତିଷ୍ଠିବା ଅସମ୍ଭବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୨/୦୪) : କାଶ୍ମୀର ପ୍ରସଙ୍ଗ କୁ ଛାଡି ପାକିସ୍ତାନରେ କୌଣସି ନେତା ତିଷ୍ଠିବା ଯେମିତି ସମ୍ଭବ ନୁହେଁ । ଆଉ ସେଥିପାଇଁ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶାହବାଜ ସରିଫ, ନ୍ୟାସନାଲ ଆସେମ୍ବଲିକୁ ସମ୍ବୋଧନ ବେଳେ କାଶ୍ମୀର କଥା ଉଠାଇଛନ୍ତି ।

ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନିଜର ପ୍ରଥମ ଅଭିଭାଷଣରେ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗ ର ସମାଧାନ ନ ହେଲେ ଭାରତ ସହିତ ସଂପର୍କରେ ସୁଧାର ଆସିପାରିବ ନାହିଁ । ଏହାକୁ ଟେବୁଲ ବାଡେଇ ସମର୍ଥନ କରିଥିଲେ ପାକିସ୍ତାନ ସଂସଦରେ ଉପସ୍ଥିତ ଥିବା ପିଏମଏଲ-ଏନର ସମସ୍ତ ସାଂସଦ ।

୨୦୧୮ ରେ ଇମ୍ରାନ ଖାନ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ସମାନ ଢଙ୍ଗରେ କାଶ୍ମୀର କଥା ଉଠାଇ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । କାରଣ ସେଠାକାର ନେତା ଭଲଭାବେ ଜାଣନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ ନ କହିଲେ ପାକିସ୍ତାନରେ ଲୋକଙ୍କ ସମର୍ଥନ ମିଳିବା ଅସମ୍ଭବ । ଆଉ ସେଥିପାଇଁ ଅଯଥାରେ ଭାରତ ର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବାରମ୍ବାର ଟିପ୍ପଣୀ କରିଆସୁଛନ୍ତି ପାକିସ୍ତାନ ର ସର୍ବୋଚ୍ଚ ନେତା । ସେହିପରି ଚୀନ ର ଗୋଡାଣିଆ ହୋଇ ଦେବାଳିଆ ହୋଇପଡିଥିବା ପାକିସ୍ତାନ ତାର ଚାଇନା ପ୍ରୀତି ଛାଡିପାରି ନାହିଁ ।

ନିଜର ପ୍ରଥମ ଅଭିଭାଷଣରେ ପାକିସ୍ତାନ ର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଚୀନକୁ ପାକିସ୍ତାନର ବନ୍ଧୁ ରାଷ୍ଟ୍ର କହି ପ୍ରଶଂସାରେ ପୋତି ପକାଇଛନ୍ତି । କାରଣ ପାକିସ୍ତାନ ନେତା ଭାବୁଛନ୍ତି ଯେ, ଚୀନ ସହ ମିତ୍ରତା ନ ରଖିଲେ ଦେଶରେ ଦେଖା ଦେଇଥିବା ଅର୍ଥନୈତିକ ଅସ୍ଥିରତା ରୁ ମୁକୁଳିବା ମୁସ୍କିଲ ହୋଇପଡିବ । ଚୀନ ହିଁ ପାକିସ୍ତାନକୁ ଏଭଳି ଦୁର୍ଦ୍ଦିନ ରୁ ଉଦ୍ଧାର କରିପାରିବ ବୋଲି ବିଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ।

Popular Articles