ଜୟପୁର ପୋଲିସ ଦ୍ୱାରା ମଦ ଧରପଗଡ଼, ୧ଲକ୍ଷ ଟଙ୍କାର ନକଲି ମଦ ଜବତ

ଜୟପୁର (ସୌମ୍ୟରଂଜନ ସାହୁ): ଜୟପୁର ଏସ୍ଡ଼ିପିଓ ସାଗରିକା ନାଥଙ୍କ ଦ୍ଵାରା ନକଲି ମଦ ଜବତ । ଆଜି ୧୬ମାର୍ଚ୍ଚରେ ଜୟପୁର, କୁନ୍ଦ୍ରାର ବଢ଼େଇସାହି ଠାରେ ଏକ ନକଲି ବିଦେଶୀ ମଦ କାରଖାନା ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ, ବୋତଲ, ଠିପି ଆଦି ଜବତ କରାଯାଇଛି ।

ଜବତ ମଦ ଗୁଡିକ୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ମଦ ଗୁଡିକ ବିଭିନ୍ନ କମ୍ପାନୀର ଛପା ଥାଇ ବିକ୍ରି କରୁଥିବା ବେଳେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହୋଇଥିଲା ଚଢ଼ାଉ । ମଦ କାରଖାନାର ମୁଖ୍ୟକୁ ଚିହ୍ନଟ ହୋଇଥବା ବେଳେ ଚଢ଼ାଉ ବେଳେ ପୋଲିସ ହାତରୁ ଖସି ଯାଇଛି । ଚଢ଼ାଉ ବେଳେ ଜବତ ହେଇଥିବା ନକଲି ମଦ ବୋତଲ ୧୦ ରୁ ୧୨ବର୍ଷ ପୁରୁଣା ଜଣାପଡିଛି । ତେବେ ତଦନ୍ତ ଚାଲିଥିବା କହିଛନ୍ତି ଏସ୍ଡ଼ିପିଓ | ନିର୍ବାଚନକୁ ଆଖି ଆଗରେ ରଖି ଏହି ଚଢ଼ାଉ ଆଗାମୀ ଦିନରେ ଜାରି ରହିବ କହିଛନ୍ତି ଜୟପୁର ଏସ୍ଡ଼ିପିଓ ସାଗରିକା ନାଥ ।

Comments are closed.