ଅଜଣା ଗାଡି ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

0
313
ଅଜଣା ଗାଡି ଧକ୍କାରେ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୧/୦୪) : ଅଜଣା ଗାଡି ଧକ୍କାରେ ଅନିଲ ନାୟକ ନାମକ ଯୁବକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହେବାର ଚlଞ୍ଚଲ୍ୟ ସୃଷ୍ଟି କରିଛି |

ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣୀ ଗଡ଼ ପଂଚାୟତ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଆଡେଣୀ ଗଡ଼ ଗଣେଶ ବଜାର ଛକ ଠାରେ ଗତକାଲି ସନ୍ଧ୍ୟା ୭ ଟା ସମୟରେ ଏକ ଅଜଣା ଗାଡି ଧକ୍କାରେ ଘଟଣା ସ୍ଥଳରେ ହିଁ ଅନିଲ ର ମୃତ୍ୟୁ ଘଟିଥିଲା | ମୃତ ଅନିଲ ର ଛୋଟ ଛୋଟ ପୁଅ ଓ ଝିଅ ଦୁଇଟି ଓ ବିଧବା ସ୍ତ୍ରୀଙ୍କ ଚଳଣି ପାଇଁ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ରାଜରାସ୍ତା ରୋକ କରିଥିଲେ |

ଘଟଣା ସ୍ଥଳରେ ହରଭଙ୍ଗା ତହସିଲ ଦାର, ପୁରୁଣା କଟକ ପୋଲିସ ଓ ଆଡେଣୀ ଗଡ଼ ପୋଲିସ ଆସି ଘଟଣା କୁ ଅନୁସନ୍ଧାନ କରି ରାସ୍ତା ରୋକ କୁ ଆୟତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିଲେ | ବହୁ ଶୀଘ୍ର ମୃତ ଅନିଲ ର ପରିବାର କୁ ବୌଦ୍ଧ ଜିଲ୍ଲା ପ୍ରଶାସନ କ୍ଷତି ପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବିକରିଛନ୍ତି |