Friday, March 29, 2024

Top 5 This Week

Related Posts

କନ୍ଦାଉଛି ଲେମ୍ୱୁ : କୋଡିଏ ଟଙ୍କାରେ ତିନୋଟି କିଲୋ ଦୁଇଶହ ଚାଳିଶି ଟଙ୍କା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୧/୦୪) : ରାୟଗଡ଼ା ରେ ପାରଦ ୪୧ ଡିଗ୍ରୀ ଛୁଉଁ ଥିବା ବେଳେ, ସାଧାରଣ ଲୋକଙ୍କ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଏବେ କନ୍ଦାଉଛି ଲେମ୍ୱୁ ।WhatsApp Image 2022 04 11 at 7.04.12 AM କନ୍ଦାଉଛି ଲେମ୍ୱୁ : କୋଡିଏ ଟଙ୍କାରେ ତିନୋଟି କିଲୋ ଦୁଇଶହ ଚାଳିଶି ଟଙ୍କା

ଖରାଦିନେ ଗରିବ ଠାରୁ ଧନୀ ଶ୍ରେଣୀ ର ଲୋକେ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା ପାଇବା ପାଇଁ ଲେମ୍ୱୁ ଏକ ଅମୃତ ତୁଲ୍ୟ ହୋଇଥାଏ । ଏହି ସମୟରେ ଆନ୍ଧ୍ର ର କିଛି ବ୍ୟବସାୟୀ ଲେମ୍ୱୁ ଆଣି ଚୋଡ଼ା ଦରରେ ବିକ୍ରି କରୁଛନ୍ତି ଯାହାକି କୋଡିଏ ଟଙ୍କାରେ ତିନିଗୋଟି ଏବଂ କିଲୋ ଦୁଇଶହ ଚାଳିଶି ଟଙ୍କା ବିକ୍ରି କରି ଲୋକଙ୍କୁ ଶୋଷଣ କରୁଥିବା ଦେଖିବାକୁ ମିଳୁଛି । କନ୍ଦାଉଛି ଲେମ୍ୱୁ, ଏଠାରେ ପ୍ରକାଶ ଥାଉକି, ଓଡିଶା ସରକାର ଲେମ୍ବୁ ଚାଷ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ଓଡ଼ିଶା ର ଭାଗ୍ୟ ଯେ, ଆଜି ଗୋଟିଏ ସାଧାରଣ ଲୋକ ନିଜ ପଖାଳ ସହିତ ଲେମ୍ବୁ ଖଣ୍ଡେ ମଧ୍ୟ ପାଇବାରୁ ବଞ୍ଚିତ ହେଉଛି ।

ସମସ୍ତେ ଜାଣନ୍ତି ଯେ, ଲେମ୍ୱୁ ଏକ ଔଷଧୀୟ ଗୁଣ ସହିତ ପୂଜା ପର୍ବରେ ଏହାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଦୁର୍ଭାଗ୍ୟ ବଶତଃ ଆନ୍ଧ୍ର ବ୍ୟବସାୟୀ ଲେମ୍ବୁ ର ଚାହିଦା ଦୃଷ୍ଟିରୁ ଲୋକଙ୍କୁ ଠାରୁ ଆଵଶ୍ୟକତା ଠାରୁ ଅଧିକ ଲୁଟୁ ଥିବା ଜଣା ଯାଉଛି । ଏହିଭଳି ଘଟଣାକୁ ଜିଲ୍ଲାରେ ଥିବା ଯୋଗାଣ ବିଭାଗ, ପୌର ପରିଷଦ, ଦେଖି ନ ଦେଖିଲା ଭଳି ଚୁପ ରହିଛନ୍ତି ।

ଏହାର ପଛର କାରଣ କ’ଣ ହୋଇଥାଇ ପାରେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପାଇଁ ଯଥାଶୀଘ୍ର ଏକ ତଦନ୍ତକାରୀ କମିଟି ଗଠନ କରି ଏହିପରି ଅସାଧୁ ବ୍ୟବସାୟୀ ମାନଙ୍କ ଉପରେ ଚଡାଉ କରି ତାଙ୍କ ଉପରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ରାୟଗଡ଼ା ବାସୀ ଦାବି କରୁଛନ୍ତି ।

Popular Articles