Related Contents

ସଡକ ଦୁର୍ଘଟଣାରେ ଯୁବକ ମୃତ

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ପଟାମୁଣ୍ଡା ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି |

ମୃତ ଯୁବକ ଜଣକ ହେଲେ ଡୁକୁମ୍ ଗ୍ରାମର ରାଜକୁମାର କୈସଲ୍ଯା । ଆଜି ବାଇକ୍ ଯୋଗେ ମୁନିଗୁଡା ଅଭିମୁଖେ ଯାଉଥିବା ବେଳେ ପଟାମୁଣ୍ଡା ବୁଲାଣି ରାସ୍ଥାରେ ବାଇକଟି ଭାରସାମ୍ୟ ହରାଇଥିଲା । ଫଳରେ ରାଜକୁମାର କୈସଲ୍ଯା ଗାଡିରୁ ତଳେ ପିଟି ହୋଇ ମୃତ୍ୟୁବରଣ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.