Related Contents

ହରିପୁରରେ ଅଗ୍ନିକାଣ୍ଡ, ୩ଟି ପରିବାରର ଘରପୋଡି ସମ୍ପୂର୍ଣ୍ଣ ନଷ୍ଟ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡ଼ ଜ଼ିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକର ନାଇରା ପଂଚାୟତ ଅନ୍ତର୍ଭୁକ୍ତ ହରିପୁର ଗ୍ରାମରେ ଆଜି ସକାଳୁ ୮.୩୦ମିନଟ ସମୟରେ ଅଚାନକ ନିଆଁ ଲାଗିଯାଇଥିଲା |

ନିଆଁ ଲାଗି ସବୁ ଶବର, ମଦନ ଶବର ଓ ମୁକୁଟି ଶବରଙ୍କ ଘର ସ୍ମୁପର୍ଣ୍ଣ ନଷ୍ଟ ହୋଇଯାଇଛି | ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ, ନ ହେଲେ ସମ୍ପୂର୍ଣ ହରିପୁର ଗ୍ରାମ ଧ୍ୱଂସ ହୋଇଯାଇଥାନ୍ତା ବୋଲି ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି | ନିଆଁ କେମିତି ଲାଗିଲା ତାହା ଏବେ ବି ଅଶ୍ୱଷ୍ଟ | ଖବର ପାଇ ତହସିଲଦାର ନୀଳମାଧଵ ମାଝୀ ଆର ଆଇ ସାରଣ୍ୟ ଓ ଅତିରିକ୍ତ ଆର ଆଇ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଥିଲେ ଓ ଯଥା ସମ୍ଭବ ପ୍ରସାଶନ ତରଫରୁ ସାହାଯ୍ୟ କରାଯିବ ବୋଲି କହିଥିଲେ |

ଦମକଳ ପହଂଚିବା ପୂର୍ବରୁ ନାଇରା ଗ୍ରାମର ଯୁବକ ମାନେ ପହଁଚି ନିଆଁକୁ ଆୟତ୍ତ କରିଥିଲେ | ନିଆଁରେ ନଷ୍ଟ ହୋଇଥିବା ପରିବାର ବର୍ଗକୁ ସାହାଯ୍ୟ ନିମନ୍ତେ ନାଇରାର ପୂର୍ବତନ ସରପଞ୍ଚ ଶ୍ରୀ ସୁବାଷ ଶବର, ସ୍ଵେଛାସେବି ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିକଙ୍କୁ ଅନୁରୋଧ କରିଛନ୍ତି |

Comments are closed.