କାଶୀନଗର ତଥା ଆଖ ପାଖ ଅଞ୍ଚଳ ରେ ରାମ ନବମୀ ପାଳନ

0
148
କାଶୀନଗର ତଥା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୪) : ଗଜପତି ଜିଲ୍ଲା ର କାଶୀନଗର ତଥା ଆଖ ପାଖ ଅଞ୍ଚଳ ରେ ପବିତ୍ର ରାମ ନବମୀ ଉତ୍ସବ ମହା ସମାରୋହ ରେ ପାଳିତ ହେଉଛି ।

ସୂଚନା ମୁତାବକ କାଶୀନଗର ସହର ରେ ୧୯୮୭ ମସିହାରୁ ପ୍ରତିଷ୍ଠା ହୋଇଥିବା ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଏଠାରେ ଶ୍ରୀ ରାମ ନବମୀ ନବଦିନ ବ୍ୟାପି ପାଳନ ହେଉଛି । କାଶୀନଗର ତଥା ଆଖ ପାଖ ଅଞ୍ଚଳ ରେ ମଧ୍ୟ ପାଳନ ହେଉଛି । ଏତଦ୍ ବ୍ୟତୀତ କୋଦଣ୍ଡା ରାମ ମନ୍ଦିର ରେ ମଧ୍ୟ ପାଳନ ହେଉଛି ।

ଖୁରୀଗମ ଓ ହାଡୁ ଭାଙ୍ଗି ରେ ମଧ୍ୟ ରାମ ନବମୀ ପାଳନ ହେଉଛି । ଶ୍ରୀ ରାମ ମନ୍ଦିର ପରିଚାଳକ ଭାସ୍କର ସାମନ୍ତରା ଓ କାଶୀନଗର ପୌର ଉପାଧ୍ୟକ୍ଷ ରଘୁରାମ ସାହୁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରୁଛନ୍ତି ।ପରିସଂଖ୍ୟାନ ବିଭାଗ ର ପୂର୍ବତନ ନିର୍ଦ୍ଦେଶକ ସ୍ୱର୍ଗତ ରଘୁନାଥ ସାହୁ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ ।