ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ

0
160
ସରସ୍ୱତୀ

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡା, (୧୦/୦୪) : ଆଜି ତା ୧୦/୪/୨୨ ରିଖ ରବିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁର ରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଯଥା ରୀତି ପାଳନ ହୋଇଯାଇଛି ।WhatsApp Image 2022 04 10 at 7.54.48 PM 1 ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ

ଏହି ଅବସରରେ ସ୍ଥାନୀୟ ପ୍ରସୂତି ବିଶେଷଜ୍ଞ ଡାକ୍ତର ଶ୍ରୀ ପ୍ରଦୀପ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀରାମ ଙ୍କ ଗୁଣ ଗାଥା ଓ ରାମ ନାମ ମାହାତ୍ମ୍ୟ ବିଷୟରେ ମାର୍ଗ ଦର୍ଶନ କରିଥିଲେ l ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଶ୍ରୀରାମ ଙ୍କ ଆଦର୍ଶ କୁ ଅନୁସରଣ କରି ନିଜ ଜୀବନଚର୍ଯ୍ୟା ରେ ସେହି ମହତ ଗୁଣକୁ ପ୍ରତିପାଦନ କରିବା ପାଇଁ କହିଥିଲେ l

ଶିଶୁ ବାଟିକା ରୁ ୪ ର୍ଥ ଶ୍ରେଣୀ ଶିଶୁମାନେ ରାମାୟଣ ଆଧାରିତ ବିଭିନ୍ନ ବେଶରେ ସଜ୍ଜିତ ହୋଇ ପୁରୁଣା ବସ ରହିବା ସ୍ଥାନ ଠାରୁ ଶ୍ରୀରାମ ମନ୍ଦିର କୁ ଶୋଭାଯାତ୍ରା ରେ ବାହାରିଥିଲେ l ଆଚାର୍ଯ୍ୟ ଶ୍ରୀମତୀ ରେଣୁକା ପାତ୍ର ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ସୋମନାଥ ଗୌଡ଼ ଉପସ୍ଥିତ ରହି ଶ୍ରୀରାମ ଙ୍କ ଆଦର୍ଶ ଓ ଗୁଣାବଳି ଗୁଡିକ ଉପରେ ଆଲୋକ ପାତ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ଓ ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ lWhatsApp Image 2022 04 10 at 7.54.46 PM ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ

ଆଚାର୍ଯ୍ୟ ଶ୍ରୀ ପରିତ୍ରାଣ ମହାପାତ୍ର ଶ୍ରୀରାମଙ୍କ ତତ୍ତ୍ୱ କୁ ସଂକ୍ଷିପ୍ତ ରେ ନିଜର ବକ୍ତବ୍ୟରେ ପ୍ରତିପାଦନ କରିଥିଲେ ଶେଷ ରେ ବେଶଧାରୀ ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l