Thursday, March 28, 2024

Top 5 This Week

Related Posts

ସାହାରା ଇଣ୍ଡିଆରେ ଜମାକାରୀ ସର୍ବହରା ନେଇ ତଦନ୍ତ ଦାବି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୧୦/୦୪) : ଅତୀତରେ ନାନା ପ୍ରକାର ପ୍ରଲୋଭନ ଦେଖାଇ ଅସଂଖ୍ୟ ବ୍ୟାଙ୍କ ଖୋଲି କୋଟି କୋଟି ଟଙ୍କା ହଡପ କରିଦେବା ଘଟଣା ଏବେ ସୁଦ୍ଧା ସାଧାରଣ ଭୁଲି ନ ଥିବା ବେଳେ ସାହାରା ଇଣ୍ଡିଆରେ ଏବେ ଅନୁରୂପ ଭାବେ ଜମାକାରୀ ଙ୍କୁ ସର୍ବାହରା କରିଦେବା ଭଳି ଗୁରୁତର ଅଭିଯୋଗ ହୋଇଛି ।WhatsApp Image 2022 04 10 at 7.54.23 PM 1 ସାହାରା ଇଣ୍ଡିଆରେ ଜମାକାରୀ ସର୍ବହରା ନେଇ ତଦନ୍ତ ଦାବି

ସୂଚନାନୁଯାୟୀ, ରାଜ୍ୟ ର ବିଭିନ୍ନ ସ୍ଥାନରେ ଏଭଳି ଦୁଇ ଗୁଣା ଟଙ୍କା ପ୍ରଦାନ କରିବା ଓ ଉଚିତ ସମୟରେ ଟଙ୍କା ପ୍ରଦାନ କରିଆସୁଥିବା ବେଳେ ହଠାତ ଏ ପ୍ରକ୍ରିୟା ବନ୍ଦ କରି ଦେଇଛି । ସାହାରା ଇଣ୍ଡିଆରେ ଜମାକାରୀ ସର୍ବହରା ହୋଇ ବ୍ୟାଙ୍କ କୁ ଧାଇଁ ନିରାଶ ହେବା ସାର ହେଉଥିବା ବେଳେ ଏ ନେଇ କୋର୍ଟରେ ମାମଲା ଵିଚାରଧୀନ ଥିବା କର୍ମଚାରୀ ତଥା ଏଜେଣ୍ଟ କହି ଆମେ କିଛି କରି ପାରିବୁନି ବୋଲି ଖୋଲା ଖୋଲି କହିବା ଅଭିଯୋଗ ହୋଇଛି ।

ପ୍ରକାଶ ଯେ, ଏହି ସାହାରା ବ୍ୟାଙ୍କ ର ଟିଟିଲାଗଡ଼ ଶାଖା ରେ ଓଲଟା କାରବାର ନଜର କୁ ଆସିବା ସାଧାରଣ ରେ ଚର୍ଚ୍ଚା ହେଉଛି । ଜମାକାରୀ ଙ୍କ ଜମା ଟଙ୍କା ଦୁଇଗୁଣ ହେବା ଓ ସେ ନେଇ ୧୦ ଭାଗ ଟଙ୍କା କେତେକ ଏଜେଣ୍ଟ ନେଇ ମୂଳ ରାଶି ସମ୍ବଲପୁର ଡିଭିଜନ ରୁ ଫେରସ୍ତ କରୁଛନ୍ତି । ନିଜ ମୂଳ ଜମାରାଶି ରୁ ଦଶ ଭାଗ ଟଙ୍କା ଉକ୍ତ ଏଜେଣ୍ଟ ନେଇ ଟଙ୍କା ଫେରସ୍ତ କରେଇବା ବେଶ ଜୋର ସୋରରେ ଚାଲିବା ଦେଖାଯାଇଛି । ସେହିପରି ଧାର୍ଯ୍ୟ ସମୟ ରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଜମାକାରୀ ତାଙ୍କ ମୁଳ ଟଙ୍କା ଫେରସ୍ତ ପାଇବେ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅପର ପକ୍ଷରେ ବିଗତ ବର୍ଷ ରେ ଏହି ପରି ଚିଟ ଫଣ୍ଡ ଠକେଇ ହେବା ନେଇ ସରକାର ୧୦୦ କୋଟି ଟଙ୍କା ର କର୍ପସ ପାଣ୍ଠି ଗଠନ କରିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଜମାକାରୀ ଙ୍କୁ ମିଳିନି । ଏପରି କି ଉକ୍ତ ଟଙ୍କା ସରକାର କଣ କଲେ ତାହା ତଦନ୍ତ ସାପେକ୍ଷ । ଏ ନେଇ ତୁରନ୍ତ ବିଭାଗୀୟ ଶାସନ ସଚିବ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା କୁ ଦାବି ହେଉଛି ।

Popular Articles