କୋଟି କୋଟି ଟଙ୍କାର କଙ୍କଡା ଜୋର ପ୍ରକଳ୍ପ ପୋତିହୋଇ ନଷ୍ଟ : ସରକାରୀ ଘରକୁ ଭଡା ଦେଇ ନିରବ

0
278

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୦୧/୦୮) : ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦ୍ଵାରା କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି କଙ୍କଡା ଜୋର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଉକ୍ତ କଙ୍କଡା ଜୋର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଦୀର୍ଘ ବର୍ଷ ଧରି କାର୍ଯ୍ୟକାରିତା ନ ହୋଇ ନଷ୍ଟ ହୋଇ ପୋତି ହୋଇଯାଇଛି ।1981b9b2 e841 4d01 976c 3dcc5988e0fc କୋଟି କୋଟି ଟଙ୍କାର କଙ୍କଡା ଜୋର ପ୍ରକଳ୍ପ ପୋତିହୋଇ ନଷ୍ଟ : ସରକାରୀ ଘରକୁ ଭଡା ଦେଇ ନିରବ

ଜିଲ୍ଲାର ଟିଟିଲାଗଡ଼ ନିକଟରେ ଥିବା ବାଙ୍କେଲ ଗ୍ରାମରେ ବିସ୍ଥାପନ ପ୍ରକ୍ରିୟା ଦ୍ଵାରା ଥଇଥାନ ପ୍ୟାକେଜ ପ୍ରଦାନ ଓ ବାଙ୍କେଲ ଡ୍ୟାମ ନିର୍ମାଣ କରାଯାଇଥିଲା । ଏହି ପ୍ରକଳ୍ପ ଦ୍ବାରା ଦୀର୍ଘ ବ୍ୟବଧାନରେ କ୍ୟାନେଲ ନିର୍ମାଣ କରାଯାଇଥିଲା । ଲୋକଙ୍କୁ କେନାଲ ମାଧ୍ୟମରେ ଜଳ ଯୋଗାଣ ସେଚନ ସହ ଚାଷ ବ୍ୟବସ୍ଥା ନେଇ ଯୋଜନା ବା ପ୍ଲାନିଂ ହୋଇଥିଲା । ହେଲେ ବର୍ତ୍ତମାନ ଉକ୍ତ କୋଟି କୋଟି ଟଙ୍କାର କେନାଲ ନିର୍ମାଣ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପୋତି ହୋଇ ନଷ୍ଟ ହୋଇଯାଇଛି । ଜଳ ଯୋଗାଣ, ନିଷ୍କାସନ ତ ଦୂରର କଥା ଉକ୍ତ ବାଙ୍କେଲ ଡ୍ୟାମ ପୋତି ହୋଇ ନଷ୍ଟ ହୋଇଯାଉଛି ।

ଅପରପକ୍ଷରେ ଚାଷ କରି ଲୋକେ ନିଜ ଗ୍ରାମରେ ବର୍ଷ ସାରା ରହିପାରିବା ଓ ଦାଦନ ଶ୍ରମିକ ସମସ୍ୟାର ସମାଧାନ ହୋଇପାରିବା ସମ୍ପୂର୍ଣ୍ଣ ଭାବେ ସମ୍ଭବ ହୋଇପାରି ନାହିଁ । ଅପର ପକ୍ଷରେ ମାତ୍ର କେତେକ କର୍ମଚାରୀଙ୍କ ଯୋଗୁଁ ଉକ୍ତ ପ୍ରକଳ୍ପ ବା ଡେମ ନିକଟରେ ଥିବା ଚାଷୀ କେବଳ ଉପକୃତ ହେଉଛନ୍ତି । ଟିଟିଲାଗଡ଼ ଜଳପ୍ରକଳ୍ପ ବା ଇରିଗେସନର ଉକ୍ତ ବିଭାଗୀୟ କର୍ମଚାରୀଙ୍କ ସରକାରୀ କ୍ୱାର୍ଟର ଗୁଡିକୁ ଉଚ୍ଚ ବିଭାଗୀୟ ଅଧିକାରୀ ମାନେ ତାଙ୍କ ସମ୍ପର୍କୀୟ ଅନ୍ୟ ସରକାରୀ, ବେସରକାରୀ କର୍ମଚାରୀ ମାନଙ୍କୁ ଭଡା ଆକାରରେ ଲଗେଇ ଦେଇ କୌଣସି ପ୍ରକାର କାର୍ଯ୍ୟ ନ କରି କେବଳ ମୋଟା ଅଙ୍କର ଅର୍ଥ ମାସିକ ଦରମା ସହ ନା ନା ଜାଲ ବିଲ, ଭାଉଚ୍ଚର କରି ଅନାୟାସରେ ଅର୍ଥ ତୋଷାରପାତ କରିଚାଲିଥିବା ଅଭିଯୋଗ ହୋଇଛି ।

ଉକ୍ତ କାର୍ଯ୍ୟରତ କର୍ମଚାରୀ ବାଧ୍ୟହୋଇ ଭଡା ଘରେ ରହିବା ଲିଖିତ ଅଭିଯୋଗ କରାଯାଇଛି । ଦୀର୍ଘ ବର୍ଷ ଧରି ଏପରି କୋଟି କୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପ ଉକ୍ତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଦାଇତ୍ୱ ହୀନତା ଓ ପୁନରୁଦ୍ଧାର ନେଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ମୁଖ୍ୟ ସଚିବ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ପ୍ରକାଶ ପାଇଛି ।