Advertisements
Sunday, May 31, 2020
Home Accidental Death ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମିସ୍ତ୍ରୀର ମୃତ୍ୟୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମିସ୍ତ୍ରୀର ମୃତ୍ୟୁ

ଲକ୍ଷ୍ମୀପୁର (ମଣ୍ଟି ଖରା): ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଚଂପି ଗ୍ରାମପଞ୍ଚାୟତର ଚଂପି ଠାରେ ଏକ ଅଭାବନିୟ ଦୁଃଖଦାୟକ ଘଟଣା ଘଟିଛି ।

ଆଜି ଚଂପି ଠାରେ ଏକ ସରକାରଙ୍କ ଅନୁମୋଦନରେ ଆମ ଗାଁ ଆମ ବିକାଶ କାଯ୍ୟକ୍ରମରୁ ଗ୍ରାମରେ ଥିବା ହନୁମାନ ମନ୍ଦିର ପାର୍ଶରେ ସଂକୀର୍ତ୍ତନ ଗୃହ କାର୍ଯ୍ୟ ଚାଲୁ ରହିଥିଲା | ଏହି ଗୃହ କାର୍ଯ୍ୟ ଶେଷ ପର୍ଯ୍ୟାୟ ଥିବା ସମୟରେ ଅତ୍ୟନ୍ତ ଦୁର୍ଘଟଣା ଘଟିଛି । କାରଣ ଗୃହକାର୍ଯ୍ୟରେ କାର୍ଯ୍ୟରତ ମିସ୍ତ୍ରୀ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ତାଙ୍କ ମୃତ୍ୟୁ ହେଇଛି ବୋଲି ଅଭିଯୋଗ କରିଛନ୍ତି ସେଠିକାର କାମକରୁଥିବା କର୍ମଚାରୀ ମାନେ |

ମୃତ୍ୟୁ ମିସ୍ତ୍ରୀଙ୍କ ନାମ ସୁକାନ୍ତ ନାୟକ ବୋଲି ଜଣାପଡିଛି | ସାଥିରେ କାମ କରୁଥିବା ମିସ୍ତ୍ରୀ ଓ ଶ୍ରମିକ ମାନେ କହିବା ଅନୁସାରେ ହନୁମାନ ମନ୍ଦୀର ପାର୍ଶରେ ଏକ ବିଦ୍ୟୁତ୍ ତାର ସଂଯୋଗ ହେଇଛି |କାମ କରିବା ସମୟରେ ଅନ୍ୟ ମନସ୍କ ହେଇ ଭୁଲରେ ତାରକୁ ହାତ ମାରିଥିଲେ ଯାହାକି ୧୧କେଭି ଥିଲା | ଏଣୁ ତାର ଟି ସୁକାନ୍ତ ହାତରେ ଲାଗିରହିଥିଲା | ଫଳରେ ସୁକାନ୍ତ ନାୟକଙ୍କ ଘଟଣା ସ୍ଥଳରେ ମୃତ୍ୟୁବରଣ ହେଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: