Advertisements
Tuesday, June 2, 2020
Home Government News ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ତୀବ୍ର ନିନ୍ଦା ପ୍ରକାଶ କଲେ ସାମ୍ବାଦିକ ୟୁନିୟନ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ତୀବ୍ର ନିନ୍ଦା ପ୍ରକାଶ କଲେ ସାମ୍ବାଦିକ ୟୁନିୟନ

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪): ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଓ ସହଯୋଗୀ କ୍ୟାମେରା ମ୍ୟାନଙ୍କୁ ପୂର୍ବରୁ ରାଗ ରଖି କେତେକ ନିର୍ଦ୍ଦିଷ୍ଟ ଗୋଷ୍ଟିର ଲୋକେ ଖୋଲା ଖୋଲି ଆକ୍ରମଣ ସହ କ୍ୟାମେରା ଛଡେଇବା ଘଟଣା ନେଇ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଛି ।

ପ୍ରକାଶ ଯେ ବିଗତ ଦିନରେ ସମାଜର ଜଣେ କର୍ମଚାରୀଙ୍କୁ ଗୁରୁତର ଆକ୍ରମଣ ସହ ଲୁଟ କରାଯାଇଥିଲା । ଏ ସମ୍ପର୍କରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ସହ ଅସାମାଜିକ କାର୍ଯ୍ୟକଳାପ ବନ୍ଦ ନିମନ୍ତେ ଦାବି ହୋଇଥିଲା। ସେହିପରି ଗତ ୧୪ ତାରିଖ ଦିନ ପ୍ରାୟ ୧୦ ଟାରେ ବଲାଙ୍ଗୀର ସହର ବିଷ୍ଣୁ ମୁଣ୍ଡା ଛକ ନିକଟରେ ଥିବା ଏକ ପାନୀୟ ଜଳଯୋଗାଣ ଟ୍ୟାଙ୍କର ରୁ ପାଣି ସଂଗ୍ରହ କରିବା ବେଳେ ଉକ୍ତ ଦୃଶ୍ୟକୁ ଇଟିଭି ଜିଲ୍ଲା ପ୍ରତିନିଧି ଚନ୍ଦ୍ରଭାନୁ ମୌଲାନା ଓ ତାଙ୍କ ସହଯୋଗୀ ଏମ ବି ସି ଟିଭି କ୍ୟାମେରା ମ୍ୟାନ ଅମରଜିତ ବେହେରା କ୍ୟାମେରାରେ ସୁଟିଂ କରୁଥିଲେ । ଉକ୍ତ ସମୟରେ କିଛି ବ୍ୟକ୍ତି ଆସି ଗାଳି ଗୁଳଜ ଓ ଧମକ,ଚମକ ଦେଇଥିଲେ । ହେଲେ କାରଣ କଣ ବୋଲି ଶ୍ରୀ ମୋଲାନା ପଚାରିବାରୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଓ କ୍ୟାମେରା ଛଡେଇ ନେଇଥିଲେ । ଗୁରୁତର ଆହତ ହୋଇ ଅଚେତ ହୋଇ ଚନ୍ଦ୍ରଭାନୁ ତଳେ ପଡିଯାଇଥିଲେ । ପରେ ଏ ନେଇ ସହଯୋଗୀ ଅମର ଡାକ୍ତରଖାନା ନେଇ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ ତରଫରୁ ସୂଚନା ମିଳିଛି। ତେବେ ଏ ନେଇ ବଲାଙ୍ଗୀର ଜିଲ୍ଲା ଓ ୟୁ ଯେ ଟିଟିଲାଗଡ଼ ଶାଖା ସଭାପତି ଦୀପକ ସମଦ୍ଦାର ଓ ଅନେକ ବରିଷ୍ଠ ସାମ୍ବାଦିକ ଆଜି ବିରୋଧ ପ୍ରଦର୍ଶନ ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଓ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ସହ ସାମ୍ୱାଦିକଙ୍କୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନେଇ ଦାବିପତ୍ର ବିଭିନ୍ନ ଉଚ୍ଚ ପଦଧିକାରୀଙ୍କୁ ପ୍ରେରଣ କରିଥିବା ଜଣାଇଛନ୍ତି । ସମ୍ବାଦିକ ପ୍ରକାଶ ମହାରଣା,ମାନସ ମହାନ୍ତି, ତୀର୍ଥଙ୍କର ପଟେଲ,ଜଗଦୀଶ ଜୈନ, ସଂଜୟ ନାୟକ, ସୁନୀଲ ବେହେରା, ସଂଜୟ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି କଳାହାଣ୍ଡି ଜିଲ୍ଲା, ସୋନପୁର, ଓ ବରଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ଉକ୍ତ ଘଟଣାକୁ ନିନ୍ଦା କରାଯାଇଛି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: