Related Contents

ତହସିଲଦାରଙ୍କୁ ଅସଦ ବ୍ୟବହାର ଅଭିଯୋଗରେ ବରିଷ୍ଠ ସାମ୍ବାଦିକ ଗିରଫ

ବୌଦ୍ଧ (ଓଡିଶା ନ୍ୟୁଜ୨୪): ବୌଦ୍ଧ ଜିଲ୍ଲାର କଣ୍ଟାମାଳ ତହସିଲଦାର ବନ୍ଦନା ଖଟୁଆଙ୍କୁ ଅସଦ୍ ବ୍ୟବହାର ଅଭିଯୋଗରେ ଜଣେ ବରିଷ୍ଠ ସାମ୍ବାଦିକ ତଥା ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତିଙ୍କୁ କେଶ ନ. ୫୨/୧୩.୩.୨୦୧୯ U/s ୩୪୧/ ୨୯୪/୩୫୩/୫୦୬ ଆଇପିସି ଧାରାରେ ଗିରଫ କରି କଣ୍ଟାମାଳ ପୋଲିସ ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରି ଦେଇଛି ।

ବିସ୍ୱସ୍ତ ସୁତ୍ରରୁ ପ୍ରକାଶ ଯେ ତହସିଲ୍ ଦାର ବନ୍ଦନା ଖଟୁଆ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ ଯେ ୧୩ ତାରିଖ ଦିନ ସଂନ୍ଧ୍ୟା ୪ଟା ସମୟରେ ସଂପୃକ୍ତ ସାମ୍ବାଦିକ ମଦ୍ୟପ ଅବସ୍ଥାରେ ତାଙ୍କ ଅଫିସକୁ ଯାଇ କଛି ତଥ୍ୟ ମାଗିବା ବାହାନାରେ ତାଙ୍କ ଅଫିସ୍ କର୍ମଚାରୀଙ୍କ ସମ୍ମୁଖରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ କୁଆଡ଼େ ଜୀବନରେ ମାରି ଦେବାକୁ ଧମକ୍ ଦେଇଥିଲେ । ତହସିଲ୍‌ ଦାରଙ୍କ ଠାରୁ ଖବର ପାଇ କଣ୍ଟାମାଳ ପୋଲିସ୍ ତତ୍ କ୍ଷଣାତ୍ ସପୃକ୍ତ ସାମ୍ବାଦିକଙ୍କୁ ଗିରଫ୍ କରି ଜେଲ୍‌ ହାଜତକୁ ପଠାଇ ଦେଲେ । ଏଠାରେ କଣ୍ଟାମାଳ ପୋଲିସ୍ କୁ ସାବାସି ନ ଦେଇ କେହି ବି ଭଦ୍ର ଲୋକ ଯାହାର କି ଆଇନ୍ ଓ ମାନବ ଅଧିକାର ବିଷୟରେ କିଛି ବି ଜ୍ଞାନ ଥିବ ସେ ରହି ପାରିବ ନାହିଁ । ସଂପୃକ୍ତ ଅଞ୍ଚଳରେ ଲୋକେ କୁହାକୁହି ହେଉଛନ୍ତି ଯେ ଗଞ୍ଜେଇ ବେପାରୀଙ୍କୁ ପୋଲିସ ସଲା ସୁତରା କରି ରାଧେ ରାଧେ ନ୍ୟାୟରେ ନିଜର ବ୍ୟାଙ୍କ ବାଲାନ୍ସ ବଢ଼ାଉଥିବା ବେଳେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଅଭିଯୋଗର କେଇ ଘଣ୍ଟା ଭିତରେ ଜେଲ୍‌ର ହାୱା ଚଖେଇବା ନିଶ୍ଚିତ ଭାବରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Comments are closed.