ଆଜି ପବିତ୍ର ଶ୍ରୀରାମ ନବମୀ : ଚଳଚଞ୍ଚଳ ଦେଶ ର ରାମ ମନ୍ଦିର

0
143
ଆଜି ପବିତ୍ର ଶ୍ରୀରାମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୦/୦୪) : ଆଜି ପବିତ୍ର ଶ୍ରୀରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭଗବାନଙ୍କ ଠାରୁ ଦୁରେଇ ରହିଥିବା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଜି ମିଳନ ହେବ ।

ଆଜି ପବିତ୍ର ଶ୍ରୀରାମ ନବମୀ ପାଇଁ ରାଜ୍ୟ ତଥା ଦେଶ ର ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳ ଚହଳ ଆରମ୍ଭ ହୋଇଯାଇଛି । ୟୁନିଟ-୩ ସ୍ଥିତ ରାମ ମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସକାଳ ୫ ଟାରୁ ଭକ୍ତ ଧାଡି ବାନ୍ଧି ରାମଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଉଛନ୍ତି । ଦିନ ୧୦ ଟା ଯାଏଁ ହୋମ ଯଜ୍ଞ ଚାଲିବ, ଏହାପରେ ମଧ୍ୟାହ୍ନ ୧୨ ଟାରେ ଜନ୍ମୋତ୍ସବ ପାଳନ କରାଯିବ ।

ପବିତ୍ର ଶ୍ରୀରାମ ନବମୀ ଅବସରରେ ପୁରୀ ବେଳାଭୂମିରେ ବିରାଟ ବାଲୁକା କଳା । ଏହି ବାଲୁକା କଳା ତିଆରି କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ଶ୍ରୀରାମଙ୍କ ବିଶାଳ ପ୍ରତିକୃତି ନିର୍ମାଣ କରିବା ସହ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ର ଚିତ୍ର ମଧ୍ୟ ତିଆର କରିଛନ୍ତି । ବାଲୁକା କଳାରେ ରାମଙ୍କ ପ୍ରତିମୂର୍ତ୍ତି ଗଢି ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ ।