Related Contents

ରାୟଗଡା ସହରରେ ସେକ୍ସ ରାକେଟ ଠାବ, ୬ ଗିରଫ

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ସହରରେ ଥିବା ସାଇପ୍ରିୟା ନଗର ଅଞ୍ଚଳରୁ ଏକ ସେକ୍ସ ରାକେଟକୁ ଠାବ କରିଛି ଟାଉନ ଥାନା ପୋଲିସ | ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି |

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ଅଂଚଳର ଚନ୍ଦନ କୁମାର ଚୌଧୁରୀ | ଦୀର୍ଘ ଏଗାର ମାସ ହେବ ଉକ୍ତ ଅଂଚଳରେ ବାହାରୁ ଝିଅ ମାନଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲା | ସେମାନଙ୍କଠାରୁ ପୋଲିସ ନଗଦ ୩୭ହଜାର ଟଙ୍କା ଜବତ କରିବା ସହିତ ୭ଟି ମୋବଇଲ ଗୋଟିଏ କାର ଓ କିଛି ଆପତ୍ତି ଜନକ ସାମଗ୍ରୀ ଜବତ କରିଛି | ଗତକାଲି ରାତିରେ ପୋଲିସ ପେଟ୍ରୋଲିଙ୍କ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ପୋଲିସ ଏକ ଭଡାଘର ଉପରେ ଚଢ଼ାଉ କରିଥିଲା | ତେବେ ଚଢ଼ାଉ ସମୟରେ ୬ଜଣ ଅଭିଯୁକ୍ତ ଏକ କୋଠାଘରେ ରହିଥିଲେ | ଏମାନଙ୍କୁ ଗିରଫ କରି ଆଜି ପୋଲିସ କୋର୍ଟ ଚାଲାଣ କରିଛି |

Comments are closed.