Advertisements

ବକଟି ଗୁରୁବାର ସାପ୍ତାହିକ ବଜାରର ଶୁଭାରମ୍ଭ

ଆଗଲପୁର(ମାଧବ ସାହୁ): ଗତକାଲି ଗୁରୁବାର ଦିନ ବକଟି ଗ୍ରାମ ପଂଚାୟତ ଦ୍ୱାରା ଏକ ସାପ୍ତାହିକ ବଜାର ର ଶୁଭ ଉଦ୍ଘାଟନ ହୋଇଯାଇଛି |

ସମଲେଇ ଖୁଣ୍ଟ ପ୍ରତିଷ୍ଠା ତଥା ପୂଜା ଅର୍ଚ୍ଚନା ସହ ବକଟି ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀ ମୁକେଶ କୁମାର ମିଶ୍ର ବଜାର ର ଶୁଭ ଉଦ୍ଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଜୁ ଯୁବବାହିନୀର ସଦସ୍ୟ ସମ୍ବିତ ପଧାନ, ଅଙ୍କିତ ହୋତା, ରୋଶନ ପଧାନ ଓ ସୁନୀଲ ବେହେରା ସକ୍ରିୟ ସହଯୋଗ କରିଥିଲେ | ସମସ୍ତ ବ୍ୟବସାୟୀ ମାନଙ୍କ ପାଇଁ ଚା, ପାଣି ତଥା ଭୋଜନ ର ସୁବ୍ୟବସ୍ଥା କରାଯାଇଥିଲା | ଉତ୍ସାହ ଉଦ୍ଦୀପନା ସହ ଅଂଚଳର ୨୦ଟି ଗ୍ରାମର ଗ୍ରାହକ ଆସି ବଜାର ର ଶୁଭାରମ୍ଭ ଦିନ କ୍ରୟ ବିକ୍ରୟ କରିଥିଲେ | ନୂଆ ବଜାର ଶୁଭାରମ୍ଭ ଯୋଗୁଁ ଅଂଚଳ ବାସିବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ |

Advertisements

Comments are closed.