Friday, March 29, 2024

Top 5 This Week

Related Posts

ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁଣି ଟ୍ରାକକୁ ଫେରିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୦/୦୪) : କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ଆଜିଠାରୁ ପୁଣି ଥରେ ଗଡ଼ିଛି । ସମ୍ବଲପୁର ରେଳ ଷ୍ଟେସନରୁ ଏହି ଟ୍ରେନ୍ ଆଜି ସକାଳ ୬ ଟାରେ ଛାଡ଼ିଛି ।

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ଅନ୍ୟ ବିଜେପି ନେତା ଓ କର୍ମୀମାନେ ଷ୍ଟେସନକୁ ଯାଇ ଟ୍ରେନ ଡ୍ରାଇଭର ମାନଙ୍କୁ ଫୁଲମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ । ଏହି ଟ୍ରେନ୍ ପୁଣି ଚାଲିଥିବାରୁ ଯାତ୍ରୀମାନେ ଖୁସି ଅଛନ୍ତି । ସେମାନେ କହିଛନ୍ତି, କୋଭିଡ୍ ଯୋଗୁଁ ପ୍ରାୟ ୨ ବର୍ଷ ହେଲାଣି ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ବନ୍ଦ ହୋଇଯାଇଥିଲା ।

ବହୁତ ଦିନ ପୂର୍ବରୁ ଏହି ଟ୍ରେନ୍‌କୁ ପୁଣି ଚଳାଇବାର ଥିଲା । ବିଳମ୍ବ ହେଲେ ବି ଆଜିଠୁ ପୁଣି ଏହି ଟ୍ରେନ୍ ଗଡ଼ିଥିବାରୁ ସମସ୍ତେ ଖୁସି ଅଛନ୍ତି । ସମ୍ବଲପୁରରୁ ଭୁବନେଶ୍ୱର ଓ ପୁରୀ ଯାଉଥିବା ଲୋକଙ୍କ ପାଇଁ ଏହି ଟ୍ରେନ୍ ଏକ ସୁବିଧା ମାଧ୍ୟମ । ଏଥିରେ ଗଲେ ବସ୍ ଅପେକ୍ଷା କମ୍ ଖର୍ଚ୍ଚ ମଧ୍ୟ ହେଉଛି ।

ଏହି ଟ୍ରେନ ର ପୁନଃ ଚଳାଚଳ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । କିଛି ଦିନ ତଳେ ବିଜେପି ବିଧାୟକମାନେ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ । ଏହି ସାକ୍ଷାତ ବେଳେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନର ପୁନଃ ଚଳାଚଳ ପାଇଁ ରେଳ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଆଉ ରେଳମନ୍ତ୍ରୀ ଏପ୍ରିଲ ୧୦ ତାରିଖରୁ ଏହି ଟ୍ରେନ୍ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Popular Articles