Friday, March 29, 2024

Top 5 This Week

Related Posts

କ୍ରମାଗତ ଚତୁର୍ଥ ଦିନ ପାଇଁ ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୦/୦୪) : ନିୟମିତ ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ଗ୍ରାହକ ମାନେ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ କ୍ରମାଗତ ଚତୁର୍ଥ ଦିନ ପାଇଁ ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

କ୍ରମାଗତ ଚତୁର୍ଥ ଦିନ ପାଇଁ ସ୍ଥିର ରହିଛି, ଶେଷ ଥର ପାଇଁ ଏପ୍ରିଲ ୭ ତାରିଖରେ ବୃଦ୍ଧି ପାଇଥିଲା । ରାଜଧାନୀ ନୂଆଦିଲ୍ଲୀରେ ୭ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୮୦ ପଇସା ଲେଖାଏଁ ବୃଦ୍ଧି ପାଇଥିଲା । ସମାନ ଭାବରେ ସିଏନଜି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା । ରାଜଧାନୀ ଦିଲ୍ଲୀରେ ସିଏନଜି ମୂଲ୍ୟ ବର୍ତ୍ତମାନ ୬୬.୬୧ ଟଙ୍କା ରହିଛି ।

ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୧୦୫.୪୧ ଟଙ୍କା ଓ ଡିଜେଲ ୯୬.୬୭ ଟଙ୍କା ହୋଇଛି । ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୧୨୦.୫୦ ଟଙ୍କା ଓ ଡିଜେଲ ୧୦୭.୭୭ ଟଙ୍କା ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱରେ ତୈଳ ଦର ବୃଦ୍ଧି ପାଇଛି । ଅଶୋଧିତ ତୈଳ ର ବ୍ୟାରେଲ ପିଛା ମୂଲ୍ୟରେ ୨୫ ଡଲାର ଯାଏଁ ମୂଲ୍ୟ ବୃଦ୍ଧି ଘଟିଥିବା ବେଳେ ଏହାକୁ ସମତୁଲ କରିବା ପାଇଁ ତୈଳ ଦର ବୃଦ୍ଧି କରାଯାଇଛି ।

Popular Articles