ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

0
120
ଗଡ଼ିଲା ମହାପ୍ରଭୁ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୦/୦୪) : ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥ ଉପରେ ନୀତିକାନ୍ତି ପରେ ରଥକୁ ଟାଣିଛନ୍ତି ଶ୍ରଦ୍ଧାଳୁ ।

୨ ବର୍ଷ ପରେ ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଭକ୍ତ ଟାଣିଛନ୍ତି ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହୋଇଛନ୍ତି । ବିଧି ଓ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ହେବା ପରେ ରଥରେ ସଖି ଖଞ୍ଜା ହେବା ଓ ଘୋଡ଼ା ଯୋଚା ଯାଇଥିଲା । ଏହା ପରେ ରଥ ଦାଣ୍ଡରେ ମାଉସୀ ମା’ ଅଭିମୁଖେ ଗଡିଛି ରୁକୁଣା ରଥ । ରଥ ଟଣା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୯୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।