ଗିରଫ ହେଲେ ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ : ଜବତ ହେଲାଣି ୩ କୋଟି ୪୧ ଲକ୍ଷ ଟଙ୍କା ର ସମ୍ପତ୍ତି

0
139
ଗିରଫ ହେଲେ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୦/୦୪) : ଦୁର୍ନୀତିକୁ ପ୍ରୋତ୍ସାହନ ଏବଂ ଟଙ୍କା ଲୁଚାଇବାକୁ ସହଯୋଗ କରିବା ମାମଲାରେ ଗିରଫ ହେଲେ ଭଞ୍ଜନଗର କୋଟିପତି ସହକାରୀ ଯନ୍ତ୍ରୀ କାର୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ ।

ପଚରା ଉଚରା କରିବା ପରେ ଗିରଫ ହେଲେ ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ । କଳ୍ପନାଙ୍କ ଘରୁ ପୂର୍ବରୁ ୨ କୋଟି ୪୧ ହଜାର ଟଙ୍କା ଜବତ ହୋଇଥିଲା । ଆଜି କଳ୍ପନାଙ୍କ ଉଭଣୀ ଉର୍ବଶୀ ପ୍ରଧାନଙ୍କ ଘରୁ ୧ କୋଟି ୪୧ ଲକ୍ଷ ୬୨ ହଜାର ୪ ଶହ ଟଙ୍କା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସାଲିଆ ସାହିରେ ଥିବା ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରେ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଏହାଛଡା ସେଠାରୁ ୩୫୪ ଗ୍ରାମ ର ସୁନା ମଧ୍ୟ ଜବତ କରାଯାଇଛି । ଏହାକୁ ମିଶାଇ ଏଯାଏ ତାଙ୍କ ପାଖରୁ ମୋଟ ନଗଦ ୩ କୋଟି ୪ ୧ଲକ୍ଷ ୬୭ ହଜାର ୨୮୦ ଟଙ୍କା ଜବତ କରାଯାଇଛି । ଏହି ଟଙ୍କାକୁ ସାଲିଆ ସାହିରେ ଦ୍ୱିତୀୟ ପତ୍ନୀ ଭଉଣୀଙ୍କ ଘରେ ଲୁଚାଇ ରଖିଥିଲେ କାର୍ତିକେଶ୍ୱର ରାଉଳ । କଳ୍ପନା ପ୍ରଧାନଙ୍କୁ ଜେରା କରାଯିବା ସମୟରେ ଏକଥା ଜାଣି ପାରିଥିଲା ଭିଜିଲାନ୍ସ ଟିମ୍ ।

ଏଥିସହ ରାଜଧାନୀ ର ପୋଖରୀପୁଟରେ ଯନ୍ତ୍ରୀ କାର୍ତିକେଶ୍ୱର ରାଉଳଙ୍କର ଗୋଟିଏ ଟି୍ରପଲେକ୍ସ ଠାବ ହୋଇଛି । ଏହାକୁ ସେ କେଶରୀ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଠାରୁ ନଗଦ ୭୮ ଲକ୍ଷ ୫୦ ହଜାର ଟଙ୍କ ଦେଇ କିଣିଥିବା ଜଣାପଡିଛି ।