ଆଦିବାସୀ ଅଂଚଳ ମାଟୁଗୁଡାରେ ପାନୀୟ ଜଳର ଘୋର ଅସୁବିଧା, ପ୍ରସାଶନର ଅଣଦେଖା,ଭୋଟ ବର୍ଜନ ନିଷ୍ପତ୍ତି

ରାୟଗଡା ଜ଼ିଲ୍ଲା ପ୍ରତନିଧି (ଅମୁଲ୍ୟ ନିଶଙ୍କ): ରାୟଗଡ଼ ଜ଼ିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ ଅଧିନସ୍ତ ନାଇରା ଗ୍ରାମପଂଚତର ମାଟୁଗୁଡାରେ ରୁହନ୍ତି ପ୍ରାୟ ୪୦ରୁ ଉର୍ଧ୍ଵ ଆଦିବାସୀ ପରିବାର | ଜନସଂଖ୍ୟା ପ୍ରାୟ ୨୦୦ରୁ ଉର୍ଧ୍ଵ | ସାଧାରଣ ପିଇବା ନିମନ୍ତେ ପାଣିର ଘୋର ଅଭାବ |

ଗାଁମୁଣ୍ଡ ରେ କୁଅଁ, ଗାଁ ମଝିରେ ଏକ ଟ୍ୟୁବେଲ ଓ ଓଭର ହେଡ ସୋଲାର ପାଣିଟାଙ୍କି ଅଛି | କିନ୍ତୁ ଖରାଦିନ ଆରମ୍ଭ ପୂର୍ବରୁ ଏହି ଗାଁରେ ପାନୀୟ ଜଳର ଅସୁବିଧାର ସମୁଖୀନ ହେବାକୁ ପଡିଛି | ଏଠାରେ ଅବସ୍ଥିତ ନଳକୂପ ଖରଦିନ ଯୋଗୁଁ ପାଣି ବହୁ ତଳକୁ ଚାଲିଯାଉଛି ଓ କୁଅଁ ପାଣି ମଧ୍ୟ୍ୟ ଶୁଖିଯାଉଛି | ଏହି ସମସ୍ୟା ଆମର ବହୁଦିନର ପ୍ରତିବର୍ଷ ଏହିପରି ଅବସ୍ଥା, ଆମେ ବହୁବାର ବ୍ଲକ ଓ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁ ନାହିଁ |

ଆମ ଗ୍ରାମରେ ଅବସ୍ଥିତ ଏକ ପ୍ରାଥମିକ ସ୍କୁଲକୁ ତତ୍କାଳୀନ ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ଛତ୍ରିଆ ଓ ସ୍କୁଲ ଶିକ୍ଷକ ବିଭିନ୍ନ ଚକ୍ରାନ୍ତ କରି ସ୍କୁଲ ଏହି ଗ୍ରାମରୁ ଉଠାଇ ଦେଲେ | ଯଦ୍ୱାରା ପିଲାମାନେ ପଢିବା ନିମନ୍ତେ ଅସୁବିଧା ହେଉଛି | ସମସ୍ୟା ତ ବହୁତ ଅଛି କିନ୍ତୁ ମୁଖ୍ୟ ସମସ୍ୟା ପାଣି ଏହା ଯଦି ନିର୍ବାଚନ ପୂର୍ବରୁ ସମାଧାନ ନ ହୁଏ ଆମେ ସମସ୍ତ ମାଟୁଗୁଡା ଗ୍ରାମ ବାସି ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି |

Comments are closed.