Friday, March 29, 2024

Top 5 This Week

Related Posts

ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରବୃଦ୍ଧି ବିରୁଦ୍ଧରେ ସି.ପି.ଆଇ (ଏମ .ଏଲ୍) ଲିବରେସନର ଦେଶବ୍ୟାପୀ ପ୍ରତିବାଦ 

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡା, (୧୦/୦୪) : ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ କେନ୍ଦ୍ର ର ମୋଦି ସରକାର ଉପରେ ବର୍ଷିଛନ୍ତି ସି.ପି.ଆଇ (ଏମ.ଏଲ୍) ଲିବରେସନ ର ନେତୃଵୃନ୍ଦ ।WhatsApp Image 2022 04 09 at 6.38.27 PM ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରବୃଦ୍ଧି ବିରୁଦ୍ଧରେ ସି.ପି.ଆଇ (ଏମ .ଏଲ୍) ଲିବରେସନର ଦେଶବ୍ୟାପୀ ପ୍ରତିବାଦ 

ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରବୃଦ୍ଧି ବିରୁଦ୍ଧରେ ଆଜି ରାୟଗଡା ଜିଲ୍ଲା ଗୁଣପୁର ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ପୂରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ଭାରତ ସ୍ତରରେ ଏପ୍ରିଲ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ ସଭା ଚାଲୁ ରଖିବା ପାଇଁ ଆହ୍ୱାନ ଦିଆଯାଇଛି ।

କେନ୍ଦ୍ରରେ ମୋଦି ସରକାର ଶାସନ ଗାଦିରେ ଵସିଵା ବେଳେ କହିଥିଲେ ଯେ, ମାଆ ଭଉଣୀ ମାନେ ରୋଷେଇ ସମୟରେ ଵହୁ ଅସୁବିଧା ଭୋଗୁଛନ୍ତି ତେଣୁ ସେମାନଙ୍କୁ ମାଗଣା ଗ୍ୟାସ ର ବନ୍ଦୋବସ୍ତ କରିଥିଲେ । କିନ୍ତୁ ବର୍ତ୍ତମାନ ଗ୍ୟାସ ର ଅତ୍ୟଧିକ ମୁଲ୍ୟଵୃଦ୍ଧି ଯୋଗୁଁ ସେହି ମାଆ ଭଉଣୀ ମାନଙ୍କ ମୁହଁ କଳା ପଡି ଆଖିରୁ ଲୁହ ଝରିଲାଣି ।

ରାଜ୍ୟ ନିର୍ବାଚନ ସମୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ର ଦରଦାମ ସ୍ଥିର ରଖାଯାଇ ନିର୍ବାଚନ ପରେ ସେଗୁଡିକର ଦରଦାମ ଆକାଶଛୁଆଁ ଵୃଦ୍ଧି କରାଯାଉଥିବା କମ୍ପାନୀ ମାନଙ୍କ ପ୍ରତି ଭିତିରିଆ ସମ୍ପର୍କ ରହିଥିବା ସି.ପି.ଆଇ. (ଏମ.ଏଲ୍) ର ନେତୃବୃନ୍ଦ ଅଭିଯୋଗ କରିଛନ୍ତି । ସେହିଭଳି ବିଭିନ୍ନ ଦେଶ ଯଥା – ପାକିସ୍ତାନରେ ଲିଟର ପିଛା ପେଟ୍ରୋଲ ୬୩ ଟଙ୍କା, ଵାଙ୍ଗଲାଦେଶରେ ୭୯ ଟଙ୍କା, ଭୁଟାନରେ ୮୬ ଟଙ୍କା, ନେପାଲରେ ୯୭ ଟଙ୍କା ରହିଥିବା ବେଳେ ଭାରତରେ ଲିଟର ପିଛା ୧୧୫ ଟଙ୍କା ରହିଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।WhatsApp Image 2022 04 09 at 6.38.26 PM ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରବୃଦ୍ଧି ବିରୁଦ୍ଧରେ ସି.ପି.ଆଇ (ଏମ .ଏଲ୍) ଲିବରେସନର ଦେଶବ୍ୟାପୀ ପ୍ରତିବାଦ 

ରାଜ୍ୟ ଓ କେନ୍ଦ୍ର ସରକାର ଅତ୍ୟଧିକ ଟିକସ ଲୁଟି ନେଉଥିବାରୁ ଏହାର ସିଧାସଳଖ ପ୍ରଭାବ ମାଲ ଓ ଯାତ୍ରୀ ପରିବହନ ଉପରେ ପଡୁଛି । ସେଥିରେ ତୈଳଜାତ ସାମଗ୍ରିର ଦରବୃଦ୍ଧି ସାଙ୍ଗକୁ ଖାଇବା ତେଲ, ଡାଲି, ଆଳୁ, ପିଆଜ, ଚିନି, ଔଷଧ ପରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଆକାଶଛୁଆଁ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଫଳରେ ସାଧାରଣ ଲୋକଙ୍କ ତେଲ ଲୁଣ ର ସଂସାର ଉଜୁଡିଯିଵ ଏଥିରେ ସନ୍ଦେହ ନାହିଁ ।

ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ପେଟ୍ରୋଲ, ଡିଜେଲ ଉପରୁ ଟିକସ ହ୍ରାସ କରି ଦର କମାଇବା ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି ବନ୍ଦ କରି କଳାବଜାରୀ ଓ ମହଜୁଦକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଆଜିର ଏହି ପ୍ରତିବାଦ ସଭାରେ ସି.ପି.ଆଇ. (ଏମ.ଏଲ) ଲିବରେସନ ର ଜିଲ୍ଲା ସମ୍ପାଦକ ତ୍ରୀପତି ଗମାଙ୍ଗ ସଭାପତିତ୍ୱ କରିଥିଲା ବେଳେ ବୃନ୍ଦାବନ ବିଡିକା, ସମ୍ବରା ଶଵର, ଜେମସ ଶଵର, ଅନାସିମ ଶଵର, ମମତା ଶଵର ପ୍ରମୁଖ ସହଯୋଗ କରିଥିଲେ ‌ । ତେବେ ଏହି ନେତା ମାନଙ୍କ ପ୍ରତିବାଦ ରେ ସରକାର କି ପଦକ୍ଷେପ ନେଇଛନ୍ତି ଦେଖିବାକୁ ବାକି ରହିଲା ‌।

Popular Articles