ପ୍ରେସ କ୍ଳବ୍ ପକ୍ଷରୁ ନୂତନ ଥାନା ଅଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

0
140
ପ୍ରେସ କ୍ଳବ୍ ପକ୍ଷରୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୯/୪) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପ୍ରେସ କ୍ଳବ୍ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଥାନାରେ ପହଞ୍ଚି ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀ ମୁକୁନ୍ଦ ଦେବ ନାୟକ ଙ୍କୁ ଭେଟି ସ୍ୱାଗତ ଜଣାଇଥିଲେ ।WhatsApp Image 2022 04 09 at 6.38.11 PM ପ୍ରେସ କ୍ଳବ୍ ପକ୍ଷରୁ ନୂତନ ଥାନା ଅଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରୀ ନାୟକ ପୂର୍ବରୁ ଚନ୍ଦ୍ରପୁର ଥାନାରେ ଆଇ ସି ଭାବରେ କାର୍ଯ୍ୟଭାର ତୁଲେଇ ଆସୁଥିଲେ । ବର୍ତ୍ତମାନ କଲ୍ୟାଣସିଂହପୁର ବ୍ଳକ ରେ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଜି କଲ୍ୟାଣସିଂହପୁର ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ପ୍ରେସ କ୍ଳବ୍ ପକ୍ଷରୁ ସଂଘ ର ସଭାପତି ଶ୍ରୀ ଅକ୍ଷୟ କୁମାର ପିଡିଶିକା ଉପ ସଭାପତି ଶ୍ରୀ ଧନେଶ୍ଵର ରାଉତ, ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବଛା ଯୁଗ୍ମ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଲମତା, କୋଷାଧ୍ୟକ୍ଷ ଶ୍ରୀ ମଣ୍ଟୁ ଦଣ୍ଡସେନା, ସଦସ୍ୟ ମାଲେସ କୌଶଲ୍ୟା, ପ୍ରଦୀପ ଦଳାଇ ଓ ପ୍ରଶାନ୍ତ ନାହାକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନୂତନ ଥାନା ଅଧିକାରୀ ଙ୍କ ସହ ଅଞ୍ଚଳ ର ନିରୀହ ଆଦିବାସୀ ଆଇନ ଉପରେ କିଛି ଜାଣି ନ ଥିବା ବିଷୟରେ ଆଲୋଚନା କରିଥିଲେ ।