Friday, March 29, 2024

Top 5 This Week

Related Posts

ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚିବ ସେବା, ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ : ସୁଲୋଚନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୯/୦୪) : ମେୟର ଭାବେ ଶପଥ ନେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟାରେ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚିବ ସେବା, ସମସ୍ତେ ମିଳିମିଶି କାମ କରିବା ।

ଭୁବନେଶ୍ୱରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବ । ବିକାଶ ଧାରାକୁ ଆଗକୁ ନେବାକୁ ସର୍ବଦା ପ୍ରୟାସ କରାଯିବ । ସେବାଗୁଡିକୁ ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ଭୁବନେଶ୍ୱରକୁ ନମ୍ବର-୧ ସିଟିରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ସ୍ୱଚ୍ଛ, ସୁନ୍ଦର ଓ ବିକାଶିତ ଭୁବନେଶ୍ୱରରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ରାଜଧାନୀ ର ଯେଉଁ ଗୌରବମୟ ଇତିହାସ ରହିଛି ତାହା ଅକ୍ଷୁର୍ଣ୍ଣ ରହିବ ।

ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମ ର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ ସୁଲୋଚନା ଦାସ ।

Popular Articles