ରାଉରକେଲା ପୋଲିସ ର ଦାଦାଗିରି : ପାର୍କିଂ ଫି ମାଗିବାରୁ ଯୁବକଙ୍କୁ ସାରା ରାତି ଥାନାରେ ଅଟକ ରଖିଲା

0
114
ରାଉରକେଲା ପୋଲିସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାଉରକେଲା, (୦୯/୦୪) : ରାଉରକେଲା ପୋଲିସ ର ଦାଦାଗିରି । ପାର୍କିଂ ଫି ମାଗିବାରୁ ଯୁବକଙ୍କୁ ସାରା ରାତି ଥାନାରେ ଅଟକ ରଖିଲା ପୁଲିସ । ସେକ୍ଟର ୫ ଭଞ୍ଜ ମଣ୍ଡପରେ ଚାଲିଛି ହ୍ୟାଣ୍ଡଲୁମ ଏକ୍ସପୋ ପ୍ରଦର୍ଶନୀ ମେଳା ।

ବାହାରେ ମେଳା ବୁଲିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ରହିଛି ଗାଡ଼ି ପାର୍କିଂ ବ୍ୟବସ୍ଥା । ଯାହା ପାଇଁ ବିନୟ କୁମାରଙ୍କୁ ରାଉରକେଲା ପୋଲିସ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ପାର୍କିଂରେ ଟିକେଟ କାଟିବା ଓ ଗାଡ଼ି ର ସୁରକ୍ଷା ଦାୟିତ୍ୱରେ କିଛି ସ୍ଥାନୀୟ ସ୍କୁଲ କଲେଜ ପଢ଼ୁଆ ଛାତ୍ରଙ୍କୁ ନିୟୋଜିତ କରିଛନ୍ତି ବିନୟ ।

ଜଣେ ମହିଳା ପୋଲିସ ଅଧିକାରୀ ସିଭିଲ ଡ୍ରେସରେ ଗାଡ଼ି ପାର୍କିଂ କରିବାକୁ ସେଠାରେ ପହଞ୍ଚିଥିଲେ । ସେଠାରେ ନିୟୋଜିତ ଥିବା ଛାତ୍ର ଜଣକ ୧୦ ଟଙ୍କା ଫି ମାଗିବାରୁ ମହିଳା ପୋଲିସ ଅଧିକାରୀ ରାଗି ଯାଇଥିଲେ । ଅନ୍ୟ ଏକ ଥାନାରେ ଥିବା ଭାରପ୍ରାପ୍ତ ଅଧିକାରୀ ସ୍ୱାମୀଙ୍କୁ ଏସବୁ ଜଣାଇଥିଲେ ।

ଏହା ପରେ ପାର୍କିଂ ଷ୍ଟାଣ୍ଡ ମାଲିକ ବିନୟଙ୍କ ସହ ଅନ୍ୟ ୫ ଜଣ ନାବାଳକଙ୍କୁ ଉଠାଇ ଆଣି ରାତି ସାରା ଥାନାରେ ଅଟକ ରଖିଥିବା ଅଭିଯୋଗ ହୋଇଛି । ସମସ୍ତଙ୍କ ବିରୋଧରେ ଦାଦାବଟି ମାଗିବା ଭଳି ସଙ୍ଗୀନ ମାମଲା ରୁଜ୍ଜୁ କରିଛି ପୁଲିସ । ପରିବାରଙ୍କ ଲୋକଙ୍କ ପ୍ରତିବାଦ ପରେ ପୁଲିସ ପିଲାଙ୍କୁ ଛାଡ଼ିଥିବା ସୂଚନା ମିଳିଛି ।