Related Contents

ଏକ ଗଂଜେଇ ବୋଝେଇ ଟ୍ରକ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଜୟପୁର (ସୌମ୍ୟରଂଜନ ସାହୁ): ଟ୍ରକ ଧକ୍କାରେ ଜଣେ ୫୦ ବର୍ଷୀୟ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ |

ଜୟପୁର ସଦର ଥାନା ଅନ୍ତର୍ଗତ ବିଜେଟୁ ନିକଟରେ ବୋରିଗୁମ୍ମା ଆଡକୁ ଯାଉଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଏନେଇ ବୋରିଗୁମା ପୋଲିସ ଟ୍ରକ ଟିକୁ ଧରିବାରେ ସଫଳ ହୋଇଥିଲା | ପୋଲିସ ଉକ୍ତ ଟ୍ରକକୁ ଧରି ଯାଞ୍ଚ କରିବା ସମୟରେ ଗାଡ଼ିରୁ ଗଞ୍ଜେଇ ବାହାରିଥିବା ଜାଣିବାକୁ ପାଇଛି | ଅପର ପକ୍ଷରେ ଟ୍ରକ ଧକ୍କାରେ ଏକ ୫୦ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତିମାନ ସୁଦ୍ଧା ତାଙ୍କ ପରିଚୟ ମିଳିପାରିନାହିଁ | ପୋଲିସ ଶବକୁ ଜବତ କରି ବ୍ୟବଛେଦ କରାଇ ତଦନ୍ତ ଜାରି ରଖିଛି |

Comments are closed.