Related Contents

ଜଣେ ମହିଳା ମାଓ କ୍ୟାଡର ନିହତ, ବହୁ ମାଓ ସାମଗ୍ରୀ ଜବତ

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଓ ତୁମୁଡ଼ିବନ୍ଧ ସୀମାନ୍ତ ବର୍ତ୍ତୀ ଦଡ଼ଙ୍କଙ୍ଗିଆ ପଂଚାୟତ ଅନ୍ତର୍ଗତ ଲିଙ୍ଗରମାହା ନିକଟଜଙ୍ଗଲରେ ମାଓବାଦି ଓ ଏସଓଜି ସୁରକ୍ଷା ଯବାନ ମଧ୍ୟରେ ମୁହାଁ ମୁହିଁ ହେବା ଫଳରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଛି |

ଏଥିରେ ଜଣେ ମହିଳା ମାଓ କ୍ୟାଡ଼ର ନିହତ ଥିବା ବେଳେ ସେଠାରେ ଥିବା କିଛି ମାଓବାଦୀ ଆହତ ହୋଇ ଖସି ପଳେଇବାରେ ସକ୍ଷମ ହୋଇଛନ୍ତି | ପୋଲିସ ପକ୍ଷରୁ ପାଲଟା ଆକ୍ରମଣ କରାଯିବାରୁ ଅନେକ ମାଓ କ୍ୟାଡ଼ର ସେହି ଜଙ୍ଗଲରୁ ଅନ୍ୟତ୍ର ଖସି ଯାଇଛନ୍ତି | ସେଠାରୁ ଚାରୋଟି ବନ୍ଧୁକ, ବିସ୍ଫୋରକ ସାମଗ୍ରୀ, ଖାଦ୍ୟପଦାର୍ଥ, ପୋଷାକ ସମେତ ବହୁ ମାଓ ବ୍ୟବହୃତ ସାମଗ୍ରୀ ମଧ୍ୟ ମିଳିଛି | କନ୍ଧମାଳ ଏସପି ପ୍ରତୀକ ସିଂ ଅପେରସନ ତଦାରଖ କରିବା ସହିତ ବାଲିଗୁଡାରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି | ଏବେବି ସୁରକ୍ଷା ବାହିନୀ ତରଫରୁ ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପେରସନ ଜାରି ରହି ଥିବାରୁ ସଠିକ ସୂଚନା ମିଳି ପାରିନାହିଁ |

Comments are closed.