Related Contents

ରାଜଗାଙ୍ଗପୁରରେ ହନୁମାନଙ୍କ ମନ୍ଦିରର ପ୍ରତିଷ୍ଠା ସ୍ଥାପନା

ରାଜଗାଙ୍ଗପୁର (ରାଜେଶ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ୱାର୍ଡ ନମ୍ବର୧୮ ବାଣ୍ଠୁ ପଡ଼ାରେ ଶ୍ରୀରାମଙ୍କ ପରମ ଭକ୍ତ ମହାବୀର ହନୁମାନଙ୍କର ପ୍ରତିମା ଗତ ମଙ୍ଗଳବାର ଦିନ ସ୍ଥାପନା କରାଯାଇଛି ।

ସର୍ଵପ୍ରଥମେ କଳସ ଯାତ୍ରା କରି ଶୁଭାରମ୍ଭ କରିଥିଲେ, ଏହି କଳସ ଯାତ୍ରା ବାଣ୍ଠୁ ପଡ଼ାରୁ ବାହାରି ମାଷ୍ଟ୍ର କଲୋନୀ ରାସ୍ତା ଦେଇ ନଗରପାଳିକା ଦେଇ ଦୃଗା ମନ୍ଦିର ରାସ୍ତା ହୋଇ ବାବା ତଲାଵକୁ ଯାଇ ସେଠାରେ କଳସରେ ପାଣି ଭରିଥିଲେ, ପୁଣି ନଗର ପରିକ୍ରମା କରି ପୁନଃ ହନୁମାନ ମନ୍ଦିରରେ ପହଞ୍ଚି ଥିଲେ । ୧୦୮ ମହିଳାଙ୍କ ଦ୍ୱାରା କଳସ ଯାତ୍ରା ହୋଇଥିଲା । ଏଠାରେ ବହୁ ପରିମାଣରେ ମହିଳା ଯୋଗ ଦେବା ସହ ଆହୁରି ଅନେକ ଭକ୍ତ ମାନେ ମଧ୍ୟ ଆସି ଯୋଗ ଦେଇଥିଲେ। ଏହି ନୂତନ ମନ୍ଦିରକୁ ବହୁ ସୁନ୍ଦର ଭାବରେ ସଜାଇଥିଲେ । ଏହି ମନ୍ଦିରର ପ୍ରତିଷ୍ଠା ପାଇଁ ରାଉରକେଲାର ହନୁମାନ ବାଟିକାରୁ ବ୍ରାହ୍ମଣ ପଣ୍ଡିତ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଧିବିଧାନରେ ପୂଜାର୍ଚ୍ଚନା କରି ସମ୍ପୂର୍ଣ୍ଣ କରିବେ, ପ୍ରାୟ ୩୦୦୦ ରୁ ଉର୍ଦ୍ଧ ଲୋକ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଆସନ୍ତା ଶୁକ୍ରବାର ୧୫ତାରିଖ ଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହ ରାମଲୀଳାର ମଧ୍ୟ ଆୟୋଜନ କରାଯାଇଅଛି ।

SSG ଗ୍ରୁପର ମହିଳାମାନେ ମନ୍ଦିରଙ୍କୁ ପ୍ରାୟ ୧ଲକ୍ଷ ୩୦ ହଜାର ଟଙ୍କା ମନ୍ଦିରକୁ ସହଯୋଗ କରିଥିଲେ। କମିଟିର ସଦସ୍ୟ ପୂର୍ବତନ ୧୮ ନଂ ୱାର୍ଡ ମେମ୍ବର ଦେବ ରଂଜନ ବିନୋଦ, କୁମାର ମିଶ୍ର, ସୁରେଶ ଷେକ୍, ବସନ୍ତ ସାହୁ, କୁନି ମିଶ୍ର, ଅମ୍ବରେଶ ପଣ୍ଡା, ଅଜୟ କୁମାର ସାହୁ, ଓ ଆହୁରି ଅନେକ ସଦସ୍ୟଙ୍କ ଯୋଗଦାନର ବହୁ ଭୂମିକା ରହିଅଛି । ଭକ୍ତ ମାନଙ୍କ ପାଈଁ ପ୍ରତି ଦିନ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଅଛି ।

Comments are closed.